ବରଗଡ଼/ଅତାବିରା : ଆସନ୍ତାକାଲି ଅତାବିରା ଏନ୍‌ଏସି ପାଇଁ ଭୋଟଗ୍ରହଣ କରାଯିବ। ୧୩ ହଜାର ଭୋଟର୍‌ ସେମାନଙ୍କ ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିବା ସହିତ ୩୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।ଅତାବିରା ଏନ୍‌ଏସିର ମାନ୍ୟତା ପାଇବା ପରେ ଦ୍ୱିତୀୟ ଥର ପାଇଁ ଭୋଟ୍‌ ହେଉଛି। ୧୨ଟି ୱାର୍ଡ ପାଇଁ ୧୩ଟି ବୁଥ୍‌ରେ ମତଦାନ କରାଯିବ। ପ୍ରଶାସନ ପକ୍ଷରୁ ୫ଟି ବୁଥକୁ ଅତି ସମ୍ବେଦନଶୀଳ ଓ ବଳକା ସମସ୍ତ ବୁଥକୁ ସମ୍ବେଦନଶୀଳ ଚିହ୍ନଟ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମଂଗଳବାର ସକାଳ ୭ଟାରେ ମକ୍‌ ଭୋଟ୍‌ କରାଯିବ। ସକାଳ ୮ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଭୋଟ୍‌ ଦାନ ହେବ। ମତଦାନ ସରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍‌ ମେସିନ ଏନ୍‌ଏସି କୋଠାସ୍ଥିତ ଷ୍ଟ୍ରଂଗ ରୁମରେ ରହିବ। ୫ ତାରିଖ ଦିନ ସକାଳ ୮ଟାରୁ ଗଣତି ହେବ। ୨ଟି ଟେବୁଲରେ ୬ ରାଉଣ୍ଡ ଗଣତି ପରେ ଫଳାଫଳ ଘୋଷଣା ହେବ।