ଭୁବନେଶ୍ବର : ବିିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କୁ ଅଧିକ ଶାଣିତ ପ୍ରତିଜବାବ ଦେବା ଲାଗି ମୁଖପାତ୍ର ପ୍ୟାନେଲକୁ ଅଧିକ ସଶକ୍ତ କରିଛି ବିଜେଡି। ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଆଜି ୧୪ ଜଣିଆ ମୁଖପାତ୍ର ତାଲିକା ପ୍ରକାଶ ପାଇଛି। ଏକ ପ୍ରେସ ଇସ୍ତାହାରରେ ବିଜେଡି ସଂପାଦକ ବିଜୟ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହି ତାଲିକା କିନ୍ତୁ ରାଜନୈତିକ ମହଲରେ ଭିନ୍ନ ଏକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। କାରଣ ବିଭିନ୍ନ ପ୍ରସଙ୍ଗକୁ ନେଇ ସଂପ୍ରତି ବିତର୍କରେ ଥିବା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କୁ ମୁଖପାତ୍ର ତାଲିକାରୁ ବାଦ୍ ଦିଆଯାଇଛି। ମୁଖପାତ୍ର ତାଲିକାରେ ଅଧିକ ଅଭିଜ୍ଞ ନେତାଙ୍କୁ ସାମିଲ କରାଯାଉଥିବା ବେଳେ ଅମରଙ୍କ ଭଳି ଜଣେ ପୁରୁଖା ତଥା ଚତୁର ନେତାଙ୍କୁ କାହିଁକି ବାଦ୍ ଦିଆଗଲା, ତାହା ବୁଝାପଡୁନାହିଁ। ନବୀନ ତାଙ୍କୁ ଅନ୍ୟ କୌଣସି ଦାୟିତ୍ବ ଦେବେ ନା ଭିନ୍ନ କିଛି ସଙ୍କେତ େଦବାକୁ ଚାହୁଁଛନ୍ତି, ତାକୁ ନେଇ ଦଳୀୟ ସ୍ତରରେ ବି ଆେଲାଚନା ଆରମ୍ଭ ହୋଇଗଲାଣି।
ଅନ୍ୟପକ୍ଷରେ ନବୀନ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୁେଷ୍ପନ୍ଦ୍ର ସିଂହଦେଓ, ଦଳରେ ନୂଆକରି ଯୋଗ ଦେଇଥିବା ଅମର ପଟ୍ଟନାୟକଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଗଣମାଧ୍ୟମ ପ୍ୟାନେଲିଷ୍ଟ ଥିବା ଦେବାଶିଷ ମାରାଣ୍ଡିଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏମାନଙ୍କ ବ୍ୟତୀତ ତାଲିକାରେ ଦଳର ବରିଷ୍ଠ ନେତା ପ୍ରସନ୍ନ କୁମାର ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ , ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଅରୁଣ କୁମାର ସାହୁ, ରବି ନାରାୟଣ ନନ୍ଦ, ସମୀର ରଂଜନ ଦାଶ,ସସ୍ମିତ୍ ପାତ୍ର, ସୁଲୋଚନା ଦାସଙ୍କ ନାଁ ପୂର୍ବ ଭଳି ରହିଛି ।