ବିଜେପିରେ ଯୋଗଦେଲେ ଆଠମଲ୍ଲିକ ରାଜ ପରିବାରର ସଦସ୍ୟ ପରେଶ ଦେଓ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ରାଜପରିବାରର ସଦସ୍ୟ ପରେଶ ଦେଓ ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପିରେ ସାମିଲ ହେବା ପରେ ପରେଶ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଯୋଗ ଦେଇଛନ୍ତି। ବିଜେପିର ମିଶ୍ରଣ ପର୍ବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ସେହିପରି ଭୁବନେଶ୍ୱର (ଏକାମ୍ର) ବିଧାନସଭା ଆସନର ବିଜେପି ପ୍ରାର୍ଥୀ ବାବୁ ସିଂଙ୍କ ନେତୃତ୍ୱରେ ସ୍ୱଚ୍ଛ ଏକାମ୍ର ସାମାଜିକ ସଂଗଠନର ସଭାପତି ସୁଶାନ୍ତ କୁମାର ଦାସ, ଉପ-ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସାଧାରଣ ସଂପାଦକ ଗୋବିନ୍ଦ ପଟ୍ଟନାୟକ, ସଂପାଦକ ନକୂଳ ଖଟେଇ, କୋଷାଧ୍ୟକ୍ଷ ସଫିକ ଖାନ ଏବଂ ସଂଯୋଜିକା ମିଲି ମହାନ୍ତି ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ପୁରୁଣା ଭୁବନେଶ୍ୱରର ପୁଷ୍ପିତା ବେହେରା, ମୋନାଲିସା ଦାସ, ସୀତାରାମ ବେହେରା, ରୀନା ବେହେରା, ପୋଖରିପୁଟର ପ୍ରଭାତି ଦାସ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର