ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ ଓ ବିଜେପି ନେତ୍ରୀ ମାନେକା ଗାନ୍ଧୀଙ୍କ ପ୍ରଚାର ଉପରେ ଲାଗିଲା କଟକଣା

ଲକ୍ଷ୍ନୌ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକି ରହିଥିବା ବେଳେ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ ଓ ବିଜେପି ନେତ୍ରୀ ମାନେକା ଗାନ୍ଧୀଙ୍କୁ ଲାଗିଛି ବଡ ଝଟକା । ଆଜମ୍ ଓ ମାନେକାଙ୍କ ପ୍ରଚାର ଉପରେ ଲାଗିଛି କଟକଣା । ଆଜମ ଖାନ୍ ଆଗାମୀ ୭୨ ଘଣ୍ଟା ଅର୍ଥାତ ୩ଦିନ ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ । ସେହିପରି ମାନେକା ଗାନ୍ଧି ୪୮ ଘଣ୍ଟା ଅର୍ଥାତ ୨ ଦିନ ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ । ଉଭୟଙ୍କ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିିଶନ । ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ନେଇ ଏହି ଦୁଇ ନେତାଙ୍କ ଉପରେ ଲାଗିଛି ନିର୍ବାଚନ କମିଶନଙ୍କ ଚାବୁକ । ତେବେ ଏହି କଟକଣା ଆସନ୍ତାକାଲି ଅର୍ଥାତ ମଙ୍ଗଳାବାର ସକାଳ ୧୦ଟାରୁ ଲାଗୁ ହେବ ।

ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ। ନିର୍ବାଚନ ଯେତିକି ପାଖଉଛି, ନେତାଙ୍କ ତୁଣ୍ଡ ସେତିକି ହୁରୁଡୁଥିବା ଦେଖାଯାଉଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୮ ତାରିଖରେ ହେବାକୁ ଯାଉଥିବା ବେଳେ ଏଥିରେ ଦେଶର ୯୭ଟି ଲୋକସଭା ଆସନରେ ଭୋଟ୍ ପଡିବ ।

ସମ୍ବନ୍ଧିତ ଖବର