ଝିଅ ଖୋଜା ଚାଲିଛି, ଭଲ ଝିଅ ମିଳିଲେ ବାହା ହେବି ବୋଲି କହିଲେ ୮୬ବର୍ଷୀୟ ବିଜେପିର ବରିଷ୍ଠ ନେତା ବାବୁଲାଲ୍‌ ଗୋର

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ବାବୁଲାଲ୍‌ ଗୋରଙ୍କ ଆଉ ଏକ ବୟାନ ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛି। ଗୋର ନିକଟରେ କହିଛନ୍ତି, ଏବେ ତାଙ୍କ ପାଇଁ ଝିଅ ଦେଖା ଚାଲୁଛି। ଭଲ ଝିଅ ମିଳିଲେ ଯାଇ ବାହା ହେବେ। ଗୋର ଏହି ବୟାନ ତାଙ୍କ କଂଗ୍ରେସରେ ପ୍ରବେଶ ଅଟକଳକୁ ନେଇ କହିଥିଲେ ।

ଲୋକସଭା ନିର୍ବାଚନରେ କଂଗ୍ରେସର ଟିକଟ୍‌ ଅଫରକୁ ନେଇ ଗୋର କହିଥିଲେ, ଯେଉଁଠାରୁ ଅଫର ଆସିଲା ତାହାର ବିଚାର କରିବି । ଏବେ ପର୍ଯ୍ୟନ୍ତ ଅନ୍ୟ କେଉଁ ଦଳରୁ ଅଫର ଆସିନାହିଁ । ଏଠାରେ ପ୍ରଥମ ଏବଂ ଦ୍ୱିତୀୟର କିଛି କାମ ନାହିଁ । ଏବେ କିଛି ଫାଇନାଲ୍‌ ହୋଇନାହିଁ ।

ନିଜ ଥଟ୍ଟାମଜା ଢଙ୍ଗ ପାଇଁ ବେଶ୍‌ ଚର୍ଚ୍ଚିତ ଥିବା ଏହି ନେତା କହିଥିଲେ, ମୁଁ ଝିଅ ଦେଖୁଛି । ଝିଅ ଦେଖା ସରିଲେ ମୁଁ ଖୁବ୍‌ ଶୀଘ୍ର ବିବାହ କରି ନେବି।’ ତେବେ ଗୋଟିଏ ଦିନ ପୂର୍ବରୁ ଏହି ନେତା କହିଥିଲେ ଯେ କଂଗ୍ରେସ ନେତା ଦିଗବିଜୟ ସିଂହ ତାଙ୍କୁ ଭୋପାଲ ଲୋକସଭା ସିଟରୁ ନିର୍ବାଚନ ଲଢିବା ପାଇଁ ଅଫର୍‌ ଦେଇଛନ୍ତି । ବିଧାନସଭା ନିର୍ବାଚନରେ କଂଗ୍ରେସର ଜିତ ପରେ ଦିଗବିଜୟ ସିଂହ ବାବୁଲାଲଙ୍କୁ ଭେଟିବାକୁ ତାଙ୍କ ବାସଗୃହକୁ ଯାଇଥିଲେ । ଏଠାରେ ଏହି କଥା ବାହାରି ଆସିଥିଲା ।

ସମ୍ବନ୍ଧିତ ଖବର