ଭୁବନେଶ୍ୱର : ଦୁଇ ଦିନ ତଳେ ତୃତୀୟ ମହଲାର କାର୍ଯ୍ୟଶୈଳୀକୁ ନେଇ ଏକ ଘରୋଇ ଚ୍ୟାନେଲ୍ରେ ମୁହଁ ଖୋଲିଥିଲେ ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ଓ ପୂର୍ବତନ ବିଧାୟକ ନବୀନ ନନ୍ଦ। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜାରି ରହିଥିଲା ବେଳେ ଆଜି ଉଭୟ ନେତାଙ୍କୁ ହଠାତ ସଚିବାଳୟରେ ଦେଖିବାକୁ ମିଳିଥିଲା। ସେମାନେ ଅପରାହ୍ନରେ ସଚିବାଳୟ ଆସି ସିଧା ତୃତୀୟ ମହଲାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଅଲଗା ଅଲଗା ଭେଟିଥିଲେ। ତୃତୀୟ ମହଲାକୁ ସମାଲୋଚନା କରିବାର କିଛି ଘଣ୍ଟା ପରେ ଉଭୟ ନେତା ପୁଣି ତୃତୀୟ ମହଲା ଯିବା ଘଟଣା ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି।
ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ କି ଆଲୋଚନା କଲେ, ସେ ନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ମିଳି ନାହିଁ। ତେବେ ଶ୍ରୀ ପରିଡ଼ା କହିଛନ୍ତି, ଭାଷା ଆୟୋଗ ଗଠନ ନେଇ ଆଲୋଚନା କଲି। ଭାଷା ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲି। ସେହିପରି ଶ୍ରୀ ନନ୍ଦ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ଦଳୀୟ ବ୍ୟାପାର ଆଲୋଚନା ହେଲା। ୨୦୧୯ରେ ଦଳୀୟ ଟିକେଟ୍ ପାଇବା ନେଇ ମୁଁ ଆଶାବାଦୀ। ଟିକେଟ୍ ନ ମିଳିଲେ ବି ସ୍ୱାଧୀନ ଭାବେ ଲଢ଼ିବି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/naba.jpg)
