ନୂଆଦିଲ୍ଲୀ: ପୁଣି ରାଜନୀତିରେ ବ୍ୟାଗକୁ ନେଇ ଉଠିଲା ଝଡ଼ । ଯେତେବେଳେ ବିଜେପି ସାଂସଦ ବାଂଶୁରୀ ସ୍ବରାଜ ଏକ ବ୍ୟାଗ୍ ନେଇ ସଂସଦ ଭବନରେ ପହଞ୍ଚିଥିଲେ ଠିକ୍ ସେତେବେଳୁ ହିଁ ରାଜନୀତିରେ ବ୍ୟାଗ ବିବାଦ ଦେଖିବାକୁ ମିଳିଲାଣି । କାରଣ ବାଂଶୁରୀ ଏମିତି ସେମିତି ବ୍ୟାଗ୍ ନେଇ ସଂସଦ ଭବନ ଆସିନଥିରେ... ବ୍ୟାଗରେ ଯାହା ଲେଖାଥିଲା ତାହା କଂଗ୍ରେସକୁ ସିଧାସିଧା ନିଶାନା କରୁଥିଲା ।
ଏକ ଦେଶ, ଏକ ନିର୍ବାଚନ ନେଇ ଆଜି ସଂସଦ ଭବନରେ ଜେପିସି ବୈଠକ ଥିବା ବେଳେ ବୈଠକରେ ଯୋଗଦେବାକୁ ପହଞ୍ଚିଥିଲେ ବିଜେପି ସାଂସଦ ବାଂଶୁରୀ ସ୍ବରାଜ । ଆଉ ତାଙ୍କ କାନ୍ଧରେ ପଡିଥିଲା ଏମିତି ଏକ ବ୍ୟାଗ୍ ଯାହା ଉପରେ ଥିଲା ପୂରା ମିଡିଆର ନଜର । ଯାହା ପରେ ତାଙ୍କ ବ୍ୟାଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଏବଂ ରାଜନୀତିର ଏହା ହଟ୍ ଟପିକ୍ ।
#WATCH | Delhi: BJP MP Bansuri Swaraj arrives at Parliament Annexe building to attend JPC meeting on 'One Nation One Election' carrying a bag with 'National Herald Ki Loot' written on it pic.twitter.com/i4zhdkdF0m
— ANI (@ANI) April 22, 2025
ତେବେ ବାଂଶୁରୀ ‘ନ୍ୟାସନାଲ୍ ହେରଲ୍ଡ କି ଲୁଟ୍’ ଲେଖାଥିବା ଏକ ବ୍ୟାଗ୍ କାନ୍ଧରେ ପକାଇଥିଲେ ଯାହା ସିଧାସିଧା କଂଗ୍ରେସର କଳା କାରନାମାକୁ ଇଙ୍ଗିତ କରୁଥିଲା । ନିକଟରେ ଇଡି ନ୍ୟାସନାଲ୍ ହେରଲ୍ଡ ମାମଲାରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିରୋଧରେ ରାଓଜ ଏଭିନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଆଉ ଏହି ଘଟଣାରେ କଂଗ୍ରେସକୁ ଟାର୍ଗେଟ୍ କରି ବାଂଶୁରୀ ଏମିତି ବ୍ୟାଗ୍ ପକାଇଛନ୍ତି ।
ପୂର୍ବରୁ ପାଲେଷ୍ଟାଇନ ପ୍ରସଙ୍ଗରେ ପ୍ରିୟଙ୍କା ଗାନ୍ଧୀ ଭିନ୍ନ ଧରଣର ବ୍ୟାଗ୍ ପକାଇ ସଂସଦ ଆସିଥିବା ବେଳେ ଏବଂ ନ୍ୟାସନାଲ୍ ହେରଲ୍ଡ ପ୍ରସଙ୍ଗରେ ବିଜେପି ସାଂସଦ ବାଂଶୁରୀ ସ୍ବରାଜଙ୍କ ପୁଣି ରାଜନୀତିରେ ନୂଆ ବିବାଦ ଛିଡା କରିଛି ।
Priyanka Gandhi always Stands with Palestine 🇵🇸
— Sadaf Afreen صدف (@s_afreen7) December 16, 2024
आज प्रियंका गांधी फिलिस्तीन लिखा बैग लेकर संसद पहुंची थी! #Palestina #Gaza pic.twitter.com/vTW8hzgBO8