କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଭକ୍ତ ଦାସ କହିଲେ- ରାଜନୀତିରେ ନୂଆପୀଢ଼ିକୁ ସୁଯୋଗ ମିଳିବା ଦରକାର

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହେବା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ବରିଷ୍ଠ ନେତା ଭକ୍ତ ଚରଣ ଦାସ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ରାହୁଲଙ୍କୁ ଲେଖିଥିବା ଚିଠିରେ ଭକ୍ତ କହିଛନ୍ତି, ନିର୍ବାଚନରେ ପରାଜିତ ହୋଇଥିବା ନେତା ବାଟ ରାଜନୀତି ଛାଡ଼ିଦେବା ଉଚିଚ। ଏହା ଦ୍ୱାରା ନୂଆପିଢ଼ି ପାଇଁ ନୂଆ ସୁଯୋଗ ସୃଷ୍ଟିହେବ।

ସୂଚନାଯୋଗ୍ୟ ସପ୍ତଦଶ ଲୋକସଭା ନିର୍ବାଚନରେ କଳାହାଣ୍ଡି ଆସନରୁ ଭକ୍ତ ଚରଣ ଦାସ ନିର୍ବାଚନ ଲଢ଼ିଥିଲେ। ସେ ୨୫.୯୯ ପ୍ରତିଶତ ଅର୍ଥାତ ୩,୧୯,୨୦୨ ଖଣ୍ଡ ଭୋଟ ପାଇଛନ୍ତି। ଏହି ଆସନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା ୩୫.୨୬ ପ୍ରତିଶତ ଅର୍ଥାତ ୪,୩୩,୦୭୪ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଛନ୍ତି। ବିଜୁ ଜନତା ଦଳ ପ୍ରାର୍ଥୀ ପୁପ୍ପେନ୍ଦ୍ର ସିଂହଦେଓ ୪,୦୬,୨୬୦ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ କଂଗ୍ରେସକୁ କେବଳ ଗୋଟିଏ ଆସନରେ ବିଜୟ ମିଳିଛି। କୋରାପୁଟ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ସପ୍ତଗିରି ଉଲାକା ବିଜୟୀ ହୋଇଛନ୍ତି। ସେହିପରି ଓଡ଼ିଶା ବିଧାନସଭା ନିର୍ବାଚନରେ କଂଗ୍ରେସକୁ କେବଳ ୯ଟି ଆସନରେ ବିଜୟ ମିଳିଛି।

ସମ୍ବନ୍ଧିତ ଖବର