ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ଅକ୍ଷରା ସିଂହ ଖୁବଶୀଘ୍ର ରାଜନୀତିରେ ଯୋଗ ଦେବାକୁ ଯାଉଛନ୍ତି। କୁହାଯାଉଛି କି ଅକ୍ଷରା ଏଣକି ଅଭିନୟ ଓ ଗୀତଗାଇବା ସହିତ ରାଜନୀତିରେ ବି ନିଜର ଜଲୱା ଦେଖାଇବେ।

Advertisment

ଅକ୍ଷରା ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ ପ୍ରଶାନ୍ତି କିଶୋରଙ୍କ ସହିତ ହାତ ମିଶାଇବି ଓ ତାଙ୍କ ପାର୍ଟି ଜନ ସୁରଜରେ ସାମିଲ ହେବି।’

ସୋମବାର ରାଜନୀତିରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ପ୍ରଶାନ୍ତ କିଶୋର ଅକ୍ଷରା ସିଂହଙ୍କୁ ପାର୍ଟିର ସଦସ୍ୟ କରିବେ ବୋଲି ସୂଚନା ମିଳିଛି। ଏହି ନିଷ୍ପତ୍ତି ଅକ୍ଷରା ପିକେଙ୍କ ସହିତ ସାକ୍ଷାତକାର ପରେ ନେଇଛନ୍ତି।  ଅଭିନେତ୍ରୀଙ୍କ ଆଜି ଅପରାହ୍ନରେ ପଟନାର ପାଟଲିପୁତ୍ରସ୍ଥିତ ଜନ ସୁରାଜର ପ୍ରଧାନ କାର୍ଯ୍ୟାଳୟରେ ଦ‌ଳରେ ଯୋଗ ଦେବାରେ ଯୋଜନ‌ା ରହିଛି।

ଅକ୍ଷରାଙ୍କ ବାପା ବିପିନ ସିଂହ ଓରଫ ଇନ୍ଦ୍ରଜିତ ସିଂହ ଏହି ଖବରକୁ ସ୍ବୀକାର କରି କହିଛନ୍ତି, ‘ଏହା ଏକ ପାର୍ଟି ନୁହେଁ। ଏକ ଅଭିଯାନ, ଯାହା ଦେଶ ଓ ବିହାର ପାଇଁ କିଛି କରିବାର ଉତ୍ସାହ ଜାଗ୍ରତ କରିପାରେ। ରାଜନୀତିରେ ପ୍ରବେଶ ପାଇଁ ଝିଅ ଇଚ୍ଛା ଥିବା ଜଣାଇବାରୁ ମୁଁ ବି ତାର ଇଚ୍ଛାରେ ହଁ ମାରିଥିଲି। ଆମର ଝିଅ ପ୍ରଶାନ୍ତ କିଶୋରଙ୍କ ଅଭିଯାନରେ ଯୋଡ଼ି ହୋଇଛି। ଏଥିପାଇଁ ପୂରା ପରିବାର ଝିଅକୁ ସମର୍ଥନ ଜଣାଇଛି।

ଭୋଜପୁରୀ ଇଣ୍ଡଷ୍ଟ୍ରିର ଅକ୍ଷରା ସିଂହ ପ୍ରଥମ କଳାକାର ନୁହନ୍ତି ଯିଏକି ରାଜନୀତିରେ ପାଦ ଦେଇଛନ୍ତି। ନିକଟରେ ପବନ ସିଂହ ବି ପଲିଟିକ୍ସରେ ଯୋଗ ଦେବାର ସ‌ଙ୍କେତ ଦେଇଛନ୍ତି।