ଭୋପାଳ ଲାଗି ନିର୍ବାଚନ ଇସ୍ତାହାର ଘୋଷଣା କଲେ ବିଜେପି ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର

ଭୋପାଳ : ମଧ୍ୟ ପ୍ରଦେଶର ଭୋପାଳ ଲୋକସଭା ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ଆଜି ନିଜର ନିର୍ବାଚନ ଇସ୍ତାହାର ଘୋଷଣା କରିଛନ୍ତି। ସେ ଭୋପାଳ ଲାଗି ନିଜର ଭବିଷ୍ୟତ ଯୋଜନାକୁ ଏଥିରେ ଦର୍ଶାଇଛନ୍ତି। ସାଧ୍ୱୀ ପ୍ରଜ୍ଞା ଠାକୁର କହିଛନ୍ତି ଯେ ଏହା ଅସଂପୂର୍ଣ୍ଣ। ଏଥିରେ ସେ ମହିଳା , ଛାତ୍ର ଏବଂ ଭିନ୍ନକ୍ଷମମାନଙ୍କପାଇଁ କ’ଣ କରିବେ ତାହା ଉଲ୍ଲେଖ କରିଛନ୍ତି। ଖୁବ୍‌ ଶୀଘ୍ର ଏକ ପୂର୍ଣ୍ଣାଙ୍ଗ ନିର୍ବାଚନ ଇସ୍ତାହାର ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ନିଜ ନିର୍ବାଚନ ମଣ୍ଡଳୀରେ ଏବେ ଟୁହୁଇଲରରେ ବୁଲିବୁଲି ପ୍ରଚାର କରିବେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଜ୍ଞା ଠାକୁର କଂଗ୍ରେସର ଲୋକସଭା ପ୍ରାର୍ଥୀ ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି। ଭୋପାଳରେ ଷଷ୍ଠ ପର୍ଯ୍ୟାୟରେ ଆଗାମୀ ୧୨ ତାରିଖରେ ଭୋଟ୍‌ ଗ୍ରହଣ ହେବ। ଏଥର ସାଧ୍ୱୀ ପ୍ରଜ୍ଞା ଠାକୁର ଏବଂ ଦିଗବିଜୟ ସିଂହଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର