ଭୁବନେଶ୍ବର: ବିଜେପିର  ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେଡ଼ିରେ ଯୋଗ ଦେଇଛନ୍ତି। ବୁଧବାର ସକାଳେ ଭୃଗୁ ବିଜେପିରୁ ଇସ୍ତଫା ଦେଇଥିବାବେଳେ ମଧ୍ୟାହ୍ନରେ ବିଜେଡ଼ିରେ ‌ବିଧିବଦ୍ଧ ଭାବେ ଯୋଗ‌ ଦେଇଛନ୍ତି। ତାଙ୍କୁ ବିଜେଡ଼ି ପକ୍ଷରୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Advertisment

ଭୃଗୁ ଶଙ୍ଖ ଧରିବା ପୂର୍ବରୁ ବିଜେଡ଼ି ପକ୍ଷରୁ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଥିଲା। ତାଙ୍କୁ ବିଜେଡ଼ି ରାଜ୍ୟ ଉପସଭାପତି ଦାୟିତ୍ବ ସହିତ ବିଜେଡି ଇସ୍ତାହାର କମିଟିର ଅଧ୍ୟକ୍ଷ କରାଯାଇଥିଲା।

ଭୃଗୁ ବକ୍ସିପାତ୍ର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି।  ଭୃଗୁ ବକ୍ସିପାତ୍ରଙ୍କ ଯୋଗ ଦାନ ଦକ୍ଷିଣ ଓଡ଼ିଶାରେ ବିଜେଡିକୁ ଅଧିକ ସୁଦୃଢ଼ କରିବ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ। ତାଙ୍କ ବାପା ବିଜୁ ବାବୁଙ୍କ ସହଯୋଗୀ ଥିଲେ।ତାଙ୍କ ବାପାଙ୍କ ପଦାଙ୍କ ଅନୁସରଣ କରି ବିଜୁ ପାରିବାରରେ ସାମିଲ ହୋଇଛନ୍ତି। ତାଙ୍କ ଯୋଗଦାନ ଦଳକୁ ଅଧିକ ଶସକ୍ତ କରିବ। ଦକ୍ଷିଣ ଓଡ଼ିଶାରେ ସଙ୍ଗଠନ ଅଧିକ ସୁଦୃଢ଼ ହେବ ବୋଲି କହିଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ। ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର,ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା , ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଅଛି। ନୂଆ ପରିବାର ସହିତ ମୋ ପାରିବାର ପୁରୁଣା ସମ୍ପର୍କ ଥିଲା।

ବିଜେଡ଼ିରେ ମିଶିବା ପରେ ଭୃଗୁ ବକ୍ସିପାତ୍ରଙ୍କ ପ୍ରତିକ୍ରିୟା। ଓଡ଼ିଶାର ସାମୁହିକ ବିକାଶ ଦ୍ରୁତ ଗତିରେ ଚାଲିଛି। ଏହାକୁ ଅଧିକ କ୍ରିୟାଶୀଳ କରିବା ସହ ଟାଣୁଆ ଓଡ଼ିଆ ଜାତି ଗଠନ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଯେଉଁ ପ୍ରୟାସ ଚାଲିଛି ସେଥିରେ ଗୁଣ୍ଡୁଚି ମୂଷା ହୋଇ କାମ କରିବି। ଯେଉଁ ଦଳରେ ଥିଲି ସେ ଦଳକୁ କୃତଜ୍ଞତା ଜଣାଉଛି। ଦକ୍ଷିଣ ଓଡିଶା ଓ ସାରା ଓଡ଼ିଶାର ସବୁ ବର୍ଗ ବିକାଶ ପାଇଁ କାମ କରିଛି। କିନ୍ତୁ କିଛି ଦିନ ହେବ ସେ ଦଳରେ ମନ ବୁଝିଲାନି। ଏବେ ନୂଆ ସୁଯୋଗ ଆସିଛି ଏହାକୁ ବିକାଶ କାମରେ ଲଗାଇବକୁ କାମ କରିବି। ବିଜେପି ଓଡ଼ିଶା ପ୍ରଦେଶ ଓ ଦେଶର ବିଜେପି ଦଳ ଭିତରେ ଆକାଶ ପାତାଳ ଫରକ । ଯେଉଁ ଦଳରେ ଥିଲି ତାହା ରାଷ୍ଟ୍ରୀୟ ଦଳ ଥିଲା। ଯେଉଁ ଦଳ ଛାଡିଲି ସେ ଦଳ ତାହାର ରାସ୍ତାର ବିଚ୍ୟୁତ ହୋଇଛି।