ରାଜ୍ୟ ଆଦିବାସୀ କଂଗ୍ରେସ ଅଧ୍ୟକ୍ଷ ହେଲେ ଭୁଜବଳ ମାଝୀ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଆଦିବାସୀ ଶାଖାର ନୂଆ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଏହାର ଅଧ୍ୟକ୍ଷ ଭାବେ ବିଧାୟକ ଭୁଜବଳ ମାଝୀଙ୍କୁ ନିଯୁକ୍ତି ଦିଆଯାଇଛି। ଉପାଧ୍ୟକ୍ଷ ଭାବେ ପୁରୁଷୋତ୍ତମ ଗମାଙ୍ଗୋ ଓ ବିଦ୍ୟାଧର ଦେହୁରୀଙ୍କୁ ମନୋନୀତ କରାଯାଇଛି। ଦୁଇ ଉପାଧ୍ୟକ୍ଷଙ୍କୁ ବିଭିନ୍ନ ଜିଲ୍ଲା ବଣ୍ଟାଯାଇଛି। ପୁରୁଷୋତ୍ତମ ଗମାଙ୍ଗୋଙ୍କୁ କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ବିଦ୍ୟାଧର ଦେହୁରୀଙ୍କୁ କେଉଁଝର, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଦାୟିତ୍ୱ ଦିଆଯାଇଛି। ଏହା ବାଦ୍‌ ଏକ ୩୨ ଜଣିଆ କାର୍ଯ୍ୟକାରୀ କମିଟି ବି ଗଢ଼ାଯାଇଛି। ଅଖିଳ ଭାରତ ଆଦିବାସୀ କଂଗ୍ରେସର ଅଧ୍ୟକ୍ଷ କିଶେରୀ କୁମାର ଦେଓ ଏହି ନିଯୁକ୍ତି ଦେଇଥିବା ନେଇ ଏକ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି

ସମ୍ବନ୍ଧିତ ଖବର