ଭୁବନେଶ୍ୱର: ଟିକେଟ ବିତରଣକୁ ନେଇ ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତା ବିଭୁ ପ୍ରସାଦ ତରାଇ କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁରୁବାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱରେ କରାଯାଉଥିବା ବିକାଶମୂଳକ କାମରେ ଆକୃଷ୍ଟ ହୋଇ ବିଜେପିରେ ଯୋଗ ଦେଇଛି ବୋଲି କହିଛନ୍ତି।
ସୂଚନାଯୋଗ୍ୟ ବିଭୁ ତରାଇ ବୁଧବାର ନିଜ ଇସ୍ତଫା ପତ୍ରକୁ ଦଳୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଇଥିଲେ। ସୂଚନାଯୋଗ୍ୟ ବିଭୁ ତରାଇଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ତିର୍ତ୍ତୋଲ ଆସନରୁ ଟିକେଟ ଦିଆଯାଇଥିଲା। ମାତ୍ର ସେ ଜଗତସିଂହପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ।
ଇସ୍ତଫା ପତ୍ରରେ ସେ ଦର୍ଶାଇଥିଲେ ଯେ, ଜଗତସିଂହପୁର ଲୋକସଭା ଆସନରୁ ପ୍ରତିମା ମଲ୍ଲିକଙ୍କୁ ଟିକେଟ ଦିଆଯାଇଛି। ମାତ୍ର ପ୍ରତିମା ତିର୍ତ୍ତୋଲ ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ସେହିପରି ପାରାଦୀପ ଆସନରେ ବାପି ସର୍ଖେଲଙ୍କୁ କଂଗ୍ରେସ ଟିକେଟ ଦେଇଛି। ଅପରପକ୍ଷେ ବାପିଙ୍କ ନାଁରେ ଅପରାଧିକ ମାମଲା ରହିଛି ବୋଲି ବିଭୁ ତରାଇ ଅଭିଯୋଗ ଆଣିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/bibhu.jpg)