ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଶନିବାର ଦିନ କଂଗ୍ରେସ ଘୋଷଣା କରିଛି।
ବିହାର କଂଗ୍ରେସ ନେତା ଅବିନାଶ ପାଣ୍ଡେ କହିଛନ୍ତି, ବିହାର ବିଧାନସଭା ନିର୍ବାଚନରେ ଗୋଟିଏ ମେଣ୍ଟ ଭାବେ ଏକତ୍ର ହେବା ଲାଗି ‘ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲିଆନ୍ସ୍’ର ସମସ୍ତ ସଦସ୍ୟ ସ୍ଥିର କରିଛନ୍ତି। ଆର୍ଜେଡିର ନେତୃତ୍ବରେ କଂଗ୍ରେସ, ଆର୍ଜେଡି, ସିପିଆଇ, ସିପିଏମ୍ ଏବଂ ବିକାଶଶୀଳ ଇନ୍ସାନ୍ ପାର୍ଟି ଏହି ମେଣ୍ଟର ଅଂଶ ହେବେ। ତେଜ୍ବସୀ ଯାଦବଙ୍କ ନେତୃତ୍ବରେ ବିହାର ସମୃଦ୍ଧ ହେଉ ବୋଲି ଆମର ଇଚ୍ଛା।
Image Courtesy of Zee Newsତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ସ୍ଥିର ହୋଇଥିବା ଏହି ନିର୍ବାଚନରେ ଆର୍ଜେଡି ୧୪୪, କଂଗ୍ରେସ ୭୦ ଓ ବାମ ଦଳ ୨୯ଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ। ବାମ ଦଳମାନଙ୍କ ମଧ୍ୟରୁ ସିପିଆଇ(ଏମ୍) ୪, ସପିଆଇ ୬ ଓ ସିପିଆଇ(ଏମ୍ଏଲ୍) ୧୯ଟି ଆସନରୁ ପ୍ରାର୍ଥୀ ଠିଆ କରାଇବେ।
ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆୟୋଜନ କରାଯାଇଥିବା ବେଳେ, ନଭେମ୍ବର ୩ରେ ଦ୍ବିତୀୟ ଓ ନଭେମ୍ବର ୭ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବ୍ୟବସ୍ଥା କରାଯାଇଛି। ସମୁଦାୟ ୨୪୩ ନିର୍ବାଚନ ମଣ୍ଡଳୀରୁ ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ଲାଗି ଭୋଟ୍ ଗ୍ରହଣ ହେବ। ଏଥିଲାଗି ଅକ୍ଟୋବର ୧ରୁ ଅକ୍ଟୋବର ୮ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ସମୟ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/tejashwi.jpg)