ଆଜି ବିଜେପି ଛାଡ଼ିବେ ବିଜୟ, ଦିଲ୍ଲୀପ

ପରବର୍ତୀ ପଦକ୍ଷେପ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇ ଦିନ ତଳେ ବିଜେପିରେ ଯୋଗ ଦେଇଥିଲେ ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀ। ଏହାକୁ ନେଇ ଚର୍ଚ୍ଚା ଥମିନାହିଁ। ବିଜେପିର ଦୁଇ ହେଭିୱେଟ୍ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଉଭୟ ବିେଜପି ସହିତ ସବୁ ସମ୍ପର୍କ ଛିନ୍ନ କରିେବ। ଶ୍ରୀ ରାୟ ପ୍ରଥମେ ବିଧାୟକ ପଦରୁ ଇସ୍ତଫା ଦେବେ। ପରେ ଦଳରୁ। ଆଉ ବିଜୟ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷଙ୍କ ନିକଟକୁ ପଠାଇବେ। ସମ୍ଭବତଃ ଦଳ ସହିତ ସମ୍ପର୍କ ତୁଟାଇବାର କାରଣ ଆସନ୍ତାକାଲି ସେମାେନ ତାଙ୍କର ଇସ୍ତଫା ପତ୍ରରେ ଲେଖିପାରନ୍ତି। ତେବେ ଉଭୟଙ୍କ ଇସ୍ତଫା ରାଜ୍ୟ ରାଜନୀତିକୁ ହଲଚଲ କରିଛି।

ଅନ୍ୟପକ୍ଷରେ ଉଭୟଙ୍କ ପରବର୍ତୀ ରାଜନୈତିକ ଗୋଟିଚାଳନା କଣ ହେବ, ତାହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଉଭୟ ନେତା ଦୀର୍ଘ ଦିନ ଧରି ଦଳର କାର୍ଯ୍ୟକଳାପ ନେଇ ଅସନ୍ତୁଷ୍ଟ ଥିଲେ ଓ ଦଳର କାର୍ଯ୍ୟକ୍ରମଠାରୁ ମଧ୍ୟ ଦୂେରଇ ଯାଇଥିେଲ। ଏଣୁ ଉଭୟଙ୍କ ଇସ୍ତଫା ଆକସ୍ମିକ ବୋଲି କୁହାଯାଇପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ଗତ ଦୁଇ ବର୍ଷ ଧରି ବିଜୟ ମହାପାତ୍ର ଓ ବିଜେପି ସଂପର୍କ ଭଲ ନାହିଁ। ରାଜ୍ୟ ରାଜନୀତିରେ ଉଭୟ କେବଳ ଏକାଧିକ ବାର ମୁହାଁମୁହିଁ ହୋଇଛନ୍ତି ତା ନୁେହଁ, କେନ୍ଦ୍ରାପଡ଼ା‌େର ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିଭଳି ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ପୋଲ ଓ ଆଇଜିଏଚ୍‌କୁ ସୁପର୍‌ସ୍ପେସିଆଲିଟି ହସ୍ପିଟାଲ୍‌ରେ ପରିଣତ କରିବାକୁ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି ଦିଲ୍ଲୀପ। ପ୍ରଧାନମନ୍ତ୍ରୀ ଉଭୟ ପ୍ରକଳ୍ପ ସଂପର୍କରେ େଘାଷଣା କରିଥିଲେ। ମାତ୍ର ଏହା କାର୍ଯ୍ୟକାରୀ ନ େହବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ େଦଖାଦେଇଥିଲା। ଆଉ େଲାକଙ୍କ ଅସନ୍ତୋଷକୁ ଆଧାର କରି ଦିଲ୍ଲୀପ କିଛି ଦିନ ଧରି ଏହି ପ୍ରସଙ୍ଗରେ େକନ୍ଦ୍ର ସରକାରଙ୍କ ନିକଟରେ ଆପତ୍ତି କରି ଆସୁଥିେଲ। ନିକଟରେ େସ ଏହି ପ୍ରସଙ୍ଗକୁ ଆଉ ଥରେ ଉଠାଇ ଦଳ ଛାଡିବା ସଂପର୍କରେ ସଙ୍କେତ ଦେଇଥିଲେ।

ସମ୍ବନ୍ଧିତ ଖବର