ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଟାର୍ଗେଟ କଲେ ବିଜୟ ମହାପାତ୍ର

ଭୁବନେଶ୍ବର : ଶ୍ରୀମନ୍ଦିରେ ସଂପ୍ରତି ନୀତିବିଭ୍ରାଟ ଘଟି ନୀତିକାନ୍ତିରେ ୧୪ ଘଣ୍ଟା ବିଳମ୍ବ ହେବା ଘଟଣାରେ  ଗଜପତି ମହାରାଜଙ୍କୁ ପରୋକ୍ଷ ଭାବେ ଦୋଷାରୋପ କରିଛନ୍ତି  ବରିଷ୍ଠ ନେତା ବିଜୟ ମହାପାତ୍ର । ଗଜପତି ମହାରାଜ ଶସ୍ତା ବିବୃତି ଦେଇ ଖସିଯିବା ଉଚିତ ନୁହେଁ ବୋଲି କହିଛନ୍ତି ବିଜୟ । ସେ ଆହୁରି କହିଛନ୍ତି, ଗଜପତି ଭୁଲିବା କଥା ନୁହେଁ ଯେ ସେ ହେଉଛନ୍ତି ପରିଚାଳନା କମିଟିର ଅଧ୍ୟକ୍ଷ ଓ ଜଗନ୍ନାଥଙ୍କ ଆଦ୍ୟ ସେବକ । ତାଙ୍କର ମଧ୍ୟ ଦାୟିତ୍ୱ ଅଛି । ଶ୍ରୀମନ୍ଦିର ପରିଚାଳନାକୁ କେହି ମାମୁଲି ଭାବରେ ନ ନିଅନ୍ତୁ ବୋଲି ବିଜୟ ପରାମର୍ଶ ଦେଇଛନ୍ତି ।

ଛୋଟ ଘଟଣାଟି ପୂର୍ବରୁ ଜଣାଥିଲେ ମଧ୍ୟ ପ୍ରଶାସନ ଆନ୍ତରିକତା ଦେଖାଇଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜୟ । ରାଜ୍ୟବାସୀଙ୍କୁ ଏହା ଦୁଃଖ ଦେଇଛି । ନୂଆବର୍ଷରେ ରାତିରୁ ଦର୍ଶନ ପରମ୍ପରା ହୋଇଗଲାଣି ।  ଯେହେତୁ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଦର୍ଶନ କରିବାକୁ ଆସୁଛନ୍ତି ମନ୍ଦିର ଖୋଲିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ସମ୍ବନ୍ଧିତ ଖବର