ବିଜେପୁରରେ ବିଜେଡି ମଦମାଫିଆଙ୍କ ଟଙ୍କା ଲଗାଇଛି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପିର ଅଭିଯୋଗ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ ଜିତିବା ପାଇଁ ବିଜେଡି ମଦ ମାଫିଆଙ୍କ ଟଙ୍କା ଲଗାଇଛି ବୋଲି ବିଜେପି ଅଭିଯୋଗ କରିଛି। ଏ ନେଇ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆଜି ଫେରାଦ ହୋଇଛି। ବିଜେପି ପକ୍ଷରୁ କୁହାଯାଇଛି, ଗତକାଲି ବିଜେଡିର ଜଣେ ନେତା ବିଜେପୁରରେ ଟଙ୍କା ବାଣ୍ଟିବା ପାଇଁ ଯାଉଥିଲା ବେଳେ ପୁଲିସ୍‌ ହାତରେ ଧରାପଡ଼ିଥିଲେ। ସେ ଗାଡ଼ିର ମାଲିକ ହେଉଛନ୍ତି ଗଞ୍ଜାମର ଜଣେ ବେନାମୀ ମଦ ବେପାରୀ। ଧରାପଡ଼ିଥିବା ବିଜେଡି ନେତା ଏହି ମଦ ବେପାରୀଙ୍କ ସମ୍ପର୍କୀୟ। ସେ ଲକ୍ଷ ଲକ୍ଷ ଟଙ୍କା ଗାଡ଼ିରେ ନେଇ ଯାଉଥିଲେ ବି ପୁଲିସ୍‌ ତାଙ୍କୁ ଗିରଫ ନ କରି ଛାଡ଼ିଦେଇଛି। ଜିଲ୍ଲା ପୁଲିସ୍‌ ଶାସକ ଦଳର ହାତବାରିସୀ ହୋଇ କାମ କରୁଛି। ଏହା ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ଆଜି ଦଳର ମୁଖପାତ୍ର ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର