ବିଜେପୁର ଉପନିର୍ବାଚନ : ଚାଷୀ ଓ ଚାଷକୁ ନେଇ ଲଢ଼େଇ

ମଇଦାନକୁ ଓହ୍ଲାଇଲେ କଂଗ୍ରେସ ନେତା
ପରସ୍ପର ଶିବିର ଭାଙ୍ଗିବା ଲାଗି ଗୋଟିଚାଳନା

ଭୋଟଗ୍ରହଣ ତାରିଖ ଯେତିିକି ପାଖେଇ ଆସୁଛି, ବିଜେପୁର ଉପନିର୍ବାଚନ ଗଣିତ ସେତିକି ଜଟିଳ ରୂପ ଧାରଣ କରୁଛି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ପ୍ରଥମ ଦୁଇ ସପ୍ତାହ ଏକତରଫା ଭାବେ ବିଜେଡି ପ୍ରଚାର ଚଳାଇଥିଲା। ଗତ ଦୁଇଦିନ ହେଲା ବିଜେପି ସକ୍ରିୟ ହୋଇଛି। ବିଳମ୍ବରେ ହେଲେ ବି ଆଜିି କଂଗ୍ରେସର ତୁଙ୍ଗ ନେତାମାନେ ଏକାଥରକେ ନିର୍ବାଚନ ମଇଦାନକୁ ଓହ୍ଲାଇ ତମ୍ବିତୋଫାନ କରିଛନ୍ତି। ସାଧାରଣ ଲୋକଙ୍କ ମନରେ ଥିବା ଅସନ୍ତୋଷକୁ ଆୟୁଧ କରି କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ପ୍ରଚଣ୍ଡ ଆକ୍ରମଣ କରିଛି। ଯେହେତୁ କଂଗ୍ରେସ ପ୍ରାର୍ଥୀ ଚାଷୀ ବର୍ଗକୁ ପ୍ରତିନିଧିତ୍ୱ କରୁଛନ୍ତି, ଏଣୁ ଦଳ ଏହାକୁ ଉପନିର୍ବାଚନ ନୁହେଁ, ବରଂ ଚାଷୀ ଆନ୍ଦୋଳନ ବୋଲି ଆଖ୍ୟା ଦେଇ ଏହା ଉପରେ ଜନମତ ଲୋଡିିିିଛି। କଂଗ୍ରେସ ନେତାଙ୍କ ଆକ୍ରମଣାତ୍ମକ ପ୍ରଚାର ଶୈଳୀ ଆଜିି ବିଜେପୁର ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ ହୋଇଥିଲା। କଂଗ୍ରେସ ସହିତ ତାଳ ଦେଇ ବିଜେଡି ଓ ବିଜେପି ଏହି ପ୍ରସଙ୍ଗକୁ ହାତେଇଥିବାରୁ ଚାଷୀ ଓ ଚାଷ ନିର୍ବାଚନୀ ପ୍ରସଙ୍ଗ ଭାବେ ଆଜି ଜନ୍ମ ନେଇଛି। ତିନି ରାଜନୈତିକ ଦଳ ଏହି ପ୍ରସଙ୍ଗରେ ପରସ୍ପରକୁ ଘେରିବା ଆରମ୍ଭ କରିଛନ୍ତି।

ଆଜି ଯାଏ ସ୍ଥାନୀୟ ନେତାଙ୍କ ସହଯୋଗରେ ପ୍ରଚାର ଚଳାଇଥିଲେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ। ସେ ଅନ୍ୟମାନଙ୍କ ଭଳି କୌଣସି ଦଳରୁ କିଣା ହୋଇ ଆସିନାହାନ୍ତି ବରଂ କଂଗ୍ରେସର ମୂଳ କର୍ମୀ ଓ କୁଲ୍‌ତା ସମାଜର ପ୍ରତିନିଧି, ମାଟିି ପୁଅ ବୋଲି କହି ଭୋଟ ମାଗୁଥିଲେ। ହେଲେ ପ୍ରଦେଶ କଂଗ୍ରେସର ଅସହଯୋଗ କାରଣରୁ ତାଙ୍କର ପ୍ରଚାରକୁ ନେଇ ଅନୁକମ୍ପା ସୃଷ୍ଟି ହେଉଥିଲା ସତ କିନ୍ତୁ ପ୍ରଣୟ ବେଶୀ ପ୍ରଭାବୀ ହେବେ ନାହିଁ ବୋଲି ରାଜନୈତିିକ ପର୍ଯ୍ୟବେକ୍ଷକ ମହଲ ଅନୁମାନ ଲଗାଉଥିଲେ। ଆଜି କିିନ୍ତୁ ଏ ପାଣିପାଗରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଆଜି ହଠାତ୍‌ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ଛାମୁଆ ନେତାମାନେ ବରପାଲିରେ ମିଳିତ ଭାବେ ପ୍ରଚାର ଆରମ୍ଭ କରିବା ସହିତ ଚାଷୀଙ୍କ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅବହେଳାର ଲମ୍ବା ତାଲିିକା ରଖିଥିଲେ।

ଚାଷୀକୁ ଧାନର ମୂୂଲ୍ୟ ମିଳିିବା କ୍ଷେତ୍ରରେ କେନ୍ଦ୍ର ସରକାର କିଭଳି ପ୍ରତାରଣା କରିଛନ୍ତି, ସେ କଥା ସ୍ମରଣ କରାଇ ଦେବା ସହିତ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିିଲେ। ଶ୍ରୀ ପଟ୍ଟନାୟକଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ଶ୍ରୀକାନ୍ତ ଜେନା, କିଶୋର ଚନ୍ଦ୍ର ପଟେଲ, ପ୍ରଦୀପ ମାଝୀ ପ୍ରମୁଖ ଯୋଗ ଦେଇ ଜୋରଦାର ପ୍ରଚାର ଆରମ୍ଭ କରିବା ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ଆଶ୍ୱସ୍ତ କରିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆସନ୍ତାକାଲି ପ୍ରଚାରରେ ସାମିଲ ହେଉଛନ୍ତି। କଂଗ୍ରେସ ନେତାଙ୍କ ପ୍ରଚାର ସ୍ୱାଭାବିକ ଭାବେ ସରକାର- ବିରୋଧୀ ଭୋଟ ବିଭାଜନ କରିବା ଆଶଙ୍କା ଥିବାରୁ ବିଜେପି ଚିନ୍ତିତ। ଚାଷୀ ଭୋଟ କମିଯିବା ନେଇ ବିଜେଡିରେ ମଧ୍ୟ ଭାଳେଣି ପଡିଗଲାଣି।

ସେପଟେ ବିଜେପି ପ୍ରାର୍ଥୀଙ୍କ ପାଇଁଁ ପ୍ରଚାରକୁ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଦଳ କୁନ୍ଦୁଲି ନାରୀ ନିର୍ଯାତନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିିଲେ। ହେଲେ ସ୍ଥାନୀୟ ଲୋକଙ୍କ ଭାବନାକୁ ଧରିବାକୁ ଯାଇ ଚାଷୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ତରଫରୁ କୈଫିୟତ ରଖିଥିଲେ। ବୁଝାଇଥିଲେ ଯେ ସହିତ ଫସଲ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ଏମ୍‌ଏସ୍‌ପି ନିର୍ଧାରଣ ନେଇ ମୋଦି ସରକାରଙ୍କ ଘୋଷଣା କରିସାରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚତୁରତାର ସହିତ ଆଉ ଏକ କାର୍ଡ ଖେଳିଥିିଲେ। ନିଜକୁ ଚାଷୀ ବୋଲି ପରିଚୟ ଦେଇ କୁଲ୍‌ତା ଭୋଟ ଉପରେ ଭାଗ ବସାଇବାକୁ ଉଦ୍ୟମ କରିଥିଲେ ମନ୍ତ୍ରୀ। ଅଭାବୀ ବିକ୍ରି, ବିନା କାଗଜପତ୍ରରେ ରାଜ୍ୟ ସରକାର ବରଗଡ଼ ପାଇଁ ପ୍ରସ୍ତୁୁତ କରିଥିବା ଜଳସେଚନ ଯୋଜନା, ୨୦୧୫ ମରୁଡି ପରେ ଘୋଷଣା ହୋଇଥିବା ୧୦୦ ଟଙ୍କା ବୋନସ୍‌ ଅର୍ଥ ପ୍ରଦାନ କରାନଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିିଲେ।

ପାଣିପାଗ ବଦଳୁଥିବା ଲକ୍ଷ୍ୟ କରିି ବିଜେଡି ନେତାମାନେ ମଧ୍ୟ ଆଜି ଚାଷୀ କାର୍ଡ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କ ପାଇଁଁ ସରକାର କି କାର୍ଯ୍ୟକ୍ରମ କରିଛନ୍ତି, ବରଗଡ଼ ଜଳସେଚନ ପ୍ରକଳ୍ପଠାରୁ ଆରମ୍ଭ କରି କୃଷି କ୍ୟାବିନେଟ୍‌ ଗଠନ ଆଦିର ତାଲିକା ପ୍ରସ୍ତୁତ କରି ନେତାମାନେ ତୁହାଇ ତୁହାଇ ପ୍ରଚାର କରିଛନ୍ତି। କେବଳ ସେତିକି ନୁହେଁ, ଧାନର ସର୍ବନିମ୍ନ ସହାୟକ ମୂୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବା, ପ୍ରାକୃତିିକ ବିପର୍ଯ୍ୟୟ କାରଣରୁ ଧାନର ମାନ ଖରାପ ହୋଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର କୋହଳ ଆଳରେ ଧାନର ଦର ହ୍ରାସ କରିବା ଭଳି ଯେତେସବୁ ଚଞ୍ଚକତା କରିଛନ୍ତି, ସେକଥା ଭୋଟରଙ୍କୁ ଜଣାଇଛନ୍ତି।

ତେବେ ତିନି ଦଳ ମଧ୍ୟରେ ଆରମ୍ଭ ହୋଇଥିବା ପରସ୍ପର ବିରୋଧରେ କାଦୁଅ ଫିଙ୍ଗା ଭୋଟରଙ୍କୁ ଆମୋଦିତ କରୁଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହାକୁ ଭିନ୍ନ ଭାବରେ ଚିତ୍ରଣ କରୁଛନ୍ତି। ଏହି ମହଲର କହିବା କଥା ହେଉଛି, ରାଜ୍ୟ କଂଗ୍ରେସ ନେତା ଏଭଳି ପ୍ରଚାର ଜାରି ରଖିଲେ, ବିଜେଡି-ବିଜେପିକୁ କଡ଼ା ଟକ୍କର ଦେବା ସ୍ଥିତିକୁ କଂଗ୍ରେସ ଆସିବା ବିଚିତ୍ର ନୁହେଁ। ସରକାର ବିରୋଧୀ ଭୋଟ ତ ବିଭାଜନ ହେବ, ଯଦିି କୁଲତା ସମାଜ ଓ କଂଗ୍ରେସ କର୍ମୀ ଏବଂ ବିଦ୍ରୋହୀଙ୍କୁ ନେଇ ରାଜନୈତିକ ଧ୍ରୁବୀକରଣ ଘଟେ, ତେବେ ନିର୍ବାଚନ ଗଣିତ ଓଲଟପାଲଟ ହେବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ।

ଉଲ୍ଲେଖଥାଉକି, କଂଗ୍ରେସର ଉପସ୍ଥିତି ପରେ ଉଭୟ ବିଜେଡି ଓ ବିଜେପି ନିଜ ରଣନୀତିିର ପୁନଃ ସମୀକ୍ଷା ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁଁ, ପରସ୍ପର ବିରୋଧୀ ଶିବିରର ଭୋଟ ବ୍ୟାଙ୍କକୁୁ ଧ୍ୱସ୍ତ କରିବା ଲାଗି ଗୋଟିଚାଳନା ଜୋର ଧରିଛିି। ନିଜ ଦଳର ଅସନ୍ତୁଷ୍ଟଙ୍କୁ ମନାଇବା ସହିତ ପ୍ରତିପକ୍ଷ ଦଳରେ ଥିିବା ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିଜ ଆଡକୁ ଟାଣିବା ଲାଗି ଉଭୟ ଦଳ ପ୍ରାଣାନ୍ତକ ଉଦ୍ୟମ ଚଳାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ତଥା ସଦ୍ୟ ବିଜେପିରେ ଯୋଗ ଦେଇଥିିବା ଉପକୂଳିଆ ଯୁବ ନେତା ଶାରଦା ପ୍ରଧାନ ଏହି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରୁଛନ୍ତି। ଆଡଋଷା ମାରି ରହିଥିବା କିଛି ଅସନ୍ତୁଷ୍ଟ ବିଜେପି ନେତାଙ୍କ ସହିତ ବୈଠକ ଜାରି ରହିଛି। ସେହିଭଳି ବିଜେଡିର ବିଦ୍ରୋହୀ ନେତାଙ୍କ ସହିତ ଶ୍ରୀ ପ୍ରଧାନ ଚଳାଇଥିବା ଗୁପ୍ତ ବୈଠକକୁ ନେଇ ଏବେ ଶଙ୍ଖ ଦଳରେ ଭାଳେଣି ପଡିଛିି।

ବିଜେଡି ଯେ ଏ କ୍ଷେତ୍ରରେ ପଛରେ ଅଛି, ସେକଥା ନୁହେଁଁ। ବିଜେଡିିର ଉପକୂଳିଆ ଯୁବ କାର୍ପଟଦାରମାନେ ଅସନ୍ତୁଷ୍ଟ ବିଜେପି ନେତାଙ୍କୁ ଯେନତେନ ଉପାୟରେ ନିଜ ଆଡକୁ ଟାଣିବା ସୁୁଯୋଗ ହାତଛଡା କରିନାହାନ୍ତି। ବିଜେପି ପ୍ରାର୍ଥିତ୍ୱକୁ ବିରୋଧ କରି ଦଳରୁ ମୁହଁ ଫେରାଇଥିିବା ନେତାମାନଙ୍କୁ ବିଜେପି ଘର ଭାଙ୍ଗିବା କାମରେ ବିଜେଡି ଲଗାଇ ଦେଇଛି। ଉଭୟଙ୍କ ରଣନୀତିର ପରିଣାମ ସ୍ୱରୂପ ଆସନ୍ତାକାଲି ସକାଳେ ବିଜେଡି ଛାଡିଥିବା ସନତ ଗଡତିଆଙ୍କ ସହିତ ତାଙ୍କ ସମର୍ଥକ ବିଜେପିରେ ଯୋଗଦେବେ। ଦିନେ ଦୁଇଦିନ ମଧ୍ୟରେ ବିଜେପିର ଏକ ଟିମ୍‌କୁ ବିଜେଡି ନିଜ ଦଳରେ ସାମିିଲ ପାଇଁ ଯୋଜନା ଚଳାଇଛି।

ବିଜେପୁରରୁ ଭବାନୀ ଶଙ୍କର ତ୍ରିପାଠୀ

ସମ୍ବନ୍ଧିତ ଖବର