ମୁକ୍ତ, ଅବାଧ ନିର୍ବାଚନ ପାଇଁ କଂଗ୍ରେସର ଦାବି

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ହାରିଯିବା ଭୟ ଉଭୟ ବିଜେପି ଓ ବିଜେଡ଼ିକୁ ଘାରିଛି। ଉଭୟ ଦଳ ମଧ୍ୟରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ନେଇ ଚାଲିଥିବା ଆରୋପ ପ୍ରତ୍ୟାରୋପରୁ ଏହା ପ୍ରମାଣିତ ହୋଇଛି। ଉଭୟ ଦଳ ମୁକ୍ତ ଏବଂ ଅବାଧ ନିର୍ବାଚନ କରେଇ ନ ଦେବାକୁ ଅପଚେଷ୍ଟା ଚଳାଇଛନ୍ତି। ନିକଟରେ ଲକ୍ଷ ଲକ୍ଷ ଟଙ୍କା ଜବତ ହେବା ଏହାର ପ୍ରମାଣ ଦର୍ଶାଇ ଉଭୟ ବିଜେଡି ଓ ବିଜେପି ବିରୋଧରେ ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ କମିଟି। ତେଣୁ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ କଂଗ୍ରେସ ଦଳ ଦାବି କରିଛି।

ସମ୍ବନ୍ଧିତ ଖବର