ନୂଆଦିଲ୍ଲୀ : ବିଜେପୁର ବିଧାନସଭା ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାରେ ବିଳମ୍ବ ହେଉଥିବା ଯୋଗୁଁ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାଏର ହୋଇଛି। କନକ ଫାଉଣ୍ଡେସନ ନାମକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ଏହି ପିଟିସନ୍ ଦାଏର କରାଯାଇଛି। ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ୨୨ ତାରିଖରେ ହେବ। ଅପରପକ୍ଷେ ତୁରନ୍ତ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିବାପାଇଁ ପିଟିସନ୍ରେ ଉଲ୍ଲେଖ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଗତବର୍ଷ ଅଗଷ୍ଟ ୨୨ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ବିଜେପୁର ଆସନ ଖାଲି ପଡ଼ିଛି। ଭାରତୀୟ ନିର୍ବାଚନ କମିସନଙ୍କ ଦ୍ୱାରା ବର୍ତ୍ତମାନ ସୁଦ୍ଧା ବିଜେପୁର ବଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇନାହିଁ। ଦିଲ୍ଲୀ ହାଇକୋର୍ଟରେ କୋର୍ଟ ନମ୍ବର ୧୬ରେ ଏହି ମାମଲାର ଶୁଣାଣୀ ଜାନୁଆରୀ ୨୨ରେ ହେବ।
ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି ବିଳମ୍ବ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା : ୨୨ରେ ଶୁଣାଣି
/sambad/media/post_attachments/wp-content/uploads/2018/01/bijepur-bargarh-odisha.jpg-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)