ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥୀ ଦେବ ‘ଉତ୍କଳ ଭାରତ’

ଭୁବନେଶ୍ୱର : ‘ଉତ୍କଳ ଭାରତ’ର ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ବିଜେପୁର ବିଧାନସଭା ଉପନିର୍ବାଚନ ଉପରେ ବ୍ୟାପକ ଅଲୋଚନା ହେବା ସହ ସେଠାରେ ଉତ୍କଳ ଭାରତ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରାଯାଇଛି। ସମ୍ପ୍ରତି ଓଡ଼ିଶାର ଦୁଇ ପ୍ରମୁଖ ଜାତୀୟ ଦଳ ରାଜନୈତିକ ସ୍ୱାର୍ଥ ସାଧନ ନିମନ୍ତେ ଯେପରି ଭାବରେ ଅସାଧୁ ଉପାୟ ଅବଲମ୍ବନ କରି ରାଜନୈତିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇଛନ୍ତି ତାହକୁ ପାର୍ଟି ଏକ ମୁଖ୍ୟ ପ୍ରସଙ୍ଗ କରିବ । ସେହିପରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅସଫଳତାକୁ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରାଯିବ । ଏହି ପରିପ୍ରେକ୍ଷୀର ‘ଉତ୍କଳ ଭାରତ’ର ପ୍ରମୁଖ ନେତାମାନେ ବିଜେପୁର ଉପନିର୍ବାଚନ ପ୍ରଚାରରେ ଯିବେ ବୋଲି ନିଷ୍ପତ୍ତି ହୋଇଛି ।

ଏହି ବୈଠକରେ ପାର୍ଟିର ରାଜ୍ୟ ଉପ-ସଭାପତି ଲୋକନାଥ ଷଡ଼ଙ୍ଗୀ ଓ ରାଜେନ୍ଦ୍ର ଦଳବେହେରା, ରାଜ୍ୟ ସମ୍ପାଦକ ସେକ କାମିଲୁଦ୍ଦିନ ଅହମ୍ମଦ, ଭୁବନେଶ୍ୱର ସଭାପତି ନବକିଶୋର ପ୍ରଧାନ, ଉପ-ସଭାପତି କିଷନ ଟିକିମାନି, ସମ୍ପାଦକ ରବିନାରାୟଣ ଦାସ, ନିର୍ମଳ ବେହେରା, ଦଳିତ ସଭାପତି ଦିଲ୍ଲୀପ ମଲ୍ଲିକ, ଯୁବ ସଭାପତି ଜଗଦୀଶ ପ୍ରାଧାନ, ସାଧାରଣ ସମ୍ପାଦକ ଦେବବ୍ରତ ତ୍ରିପାଠୀ, ନାରୀ ଉତ୍କଳ ଭାରତ ସାଧାରଣ ସମ୍ପାଦିକା ସାବିତ୍ରୀ ଜେନା, ବିଦ୍ୟାର୍ଥୀ ସଭାପତି ପ୍ରତ୍ୟୁଷ ନାୟକ, କୃପାସିନ୍ଧୁ ସିଂହ, ବିଶ୍ୱଜିତ ଚକ୍ରବର୍ତ୍ତୀ, ଅମୀୟ ଦାସ, କମଳା ଦାସ ଏବଂ ରାଜେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର