ଆଜି ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ଦିନିକିଆ କର୍ମଶାଳା ରାଜ୍ୟ କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ହେବ। ଦୁଇଟି ଅଧିବେଶନରେ ହେବାକୁ ଥିବା ଏହି ବୈଠକରେ ବିଜୁ ମହିଳା ଜନତା ଦଳର ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ବ୍ଲକ/ନଗର କମିଟିର କାର୍ଯ୍ୟକର୍ତ୍ତାମାନେ ଯୋଗଦେବେ। ବିଜୁ ଜନତା ଦଳର ବରିଷ୍ଠ ନେତୃମଣ୍ଡଳୀ, ବିଧାୟକ, ସାଂସଦମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉଦ୍‌ଯାପନୀ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବ୍ଲକ୍‌/ଜିଲ୍ଲା/ରାଜ୍ୟ କର୍ମକର୍ତ୍ତମାନଙ୍କୁ ଉଦ୍‌ବୋଧନ ଦେବେ। ଏହି ଦିନିକିଆ ଅଧିବେଶନରେ ବିଜୁ ମହିଳା ଜନତା ଦଳର ଆଗାମୀ ଦିନରେ ସାଂଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯିବା ସହ ରାଜ୍ୟର ମହିଳାମାନଙ୍କ ପାଇଁ ବିଜେଡି ସରକାରର ବିଭିନ୍ନ ଜନହିତକର କାର୍ଯ୍ୟରେ ମହିଳମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯିବ। ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକ କିଭଳି ସଫଳତାର ସହ କାର୍ଯ୍ୟକାରୀ କରାଯିବ ସେ ନେଇ ନିର୍ଦ୍ଦିଷ୍ଟ ପ୍ରସ୍ତାବମାନ ପାରିତ ହେବ ବୋଲି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର