ପିସିସି ସଭାପତିଙ୍କୁ ଭେଟିଲେ ବିଂଝାରପୁର କଂଗ୍ରେସ କର୍ମୀ

ଭୁବନେଶ୍ବର : ବିଂଝାରପୁର ନିର୍ବାଚନ ମଣ୍ଡଳୀର କର୍ମୀ ସୁଦାମ ଚରଣ ସାମଲ ଏବଂ ଅଶ୍ବିନୀ କୁମାର ସାମଲଙ୍କ ନେତୃତ୍ବରେ ବିଂଝାରପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ୫୦ରୁ ଅଧିକ କଂଗ୍ରେସ ନେତୃ ମଣ୍ଡଳୀ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ପୂର୍ବକ ବିଂଝାରପୁର ବ୍ଲକ୍‌ରେ ସାଂଗଠନିକ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିସହିତ ଆଗାମୀ ଦିନରେ ବିଂଝାରପୁର ନିର୍ବାଚନମଣ୍ଡଳୀର ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାକୁ ଦାବି କରିଥିଲେ। ସଭାପତି ଅନୁ‌ରୋଧ ରକ୍ଷା କରି ଏ‌ ବାବଦରେ ଉଚିତ୍‌ ପଦକ୍ଷେପ ନେବେ ବୋଲି ଅଶ୍ବାସନା ଦେବା ସହିତ ସଂଗଠନକୁ ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ। ନେତୃମଣ୍ଡଳୀରେ ବ୍ରଜକିଶୋର ଦାସ, ପ୍ରତାପଚନ୍ଦ୍ର ଦାସ, ଶରତ ମହାଳିକ, ସତ୍ୟ ପ୍ରକାଶ ବେହେରା ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର