ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଏବଂ କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ସମାଜସେବୀ ରଶ୍ମୀରଂଜନ ବେଉରା

ଭୁବନେଶ୍ୱର : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଂଗ୍ରେସ ସଭାପତି ଜୟନାରାୟଣ ମହାନ୍ତି ଏବଂ କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ସମାଜସେବୀ ରଶ୍ମୀରଂଜନ ବେଉରାଙ୍କ ସହ ସେମାନଙ୍କର ଶତାଧିକ ସମର୍ଥକ ବିଜେପିରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି।

ବିଜେପିର ରାଜ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ ମହାନ୍ତି ଏବଂ ଶ୍ରୀ ବେଉରାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରିଛନ୍ତି। ଏହାସହ ବାଲେଶ୍ୱର ଓ ଆଳିର ଅଧିକାଂଶ କଂଗ୍ରେସ ଓ ବିଜେଡ଼ି କର୍ମୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ମଜବୁ ହେବ ଏବଂ ଆଗାମୀ ଦିନରେ ଜଳେଶ୍ୱର ଏବଂ ଆଳି ନିର୍ବାଚନ ମଣ୍ଡଳୀରେ ବିଜେପି ଶକ୍ତିଶାଳୀ ହେବ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି।

ବର୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦଳର ତ୍ୟାଗ କରି ଅନେକ ପୁରୁଖା ନେତା ବିଜେପିରେ ସାମିଲ ହେଉଛନ୍ତି। ଏହି ମିଶ୍ରଣ ପର୍ବ ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ କେତେକ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋ ଗାଁ, ମୋ ବିକାଶ କାର୍ଯ୍ୟକ୍ରମ କରି ପଂଚାୟତ ଓ ବ୍ଲକର ନିର୍ବାଚିତ ପ୍ରତିନିଧି, ପଲ୍ଲୀସଭା ଓ ଗ୍ରାମସଭାର ସମ୍ବିଧାନିକ ଅଧିକାରକୁ ଛଡାଇ ନେଉଛନ୍ତି ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଅପାରଗ ଏବଂ ଦୁର୍ନୀତିଗ୍ରସ୍ତ କହିଲେ ବିଜେଡି ପ୍ରବକ୍ତାମାନେ ଦୃଢ ପ୍ରତିବାଦ କରୁଛନ୍ତି। ମୋ ଜାତିର ଆରାଧ୍ୟ ଦେବତା ଶ୍ରୀ ଜଗନାଥଙ୍କୁ ନବକଳେବର ପୂର୍ବରୁ ଆଜି ପର୍ଯ୍ୟନ୍ତ ଯେପରି ଅବ୍ୟବସ୍ଥା ମଧ୍ୟରେ ରଖିଛନ୍ତି ଏହାକୁ ଅପାରଗତା ଛଡା ଆଉ କଣ ଶବ୍ଦ ବ୍ୟବହାର କରାଯାଇ ପାରିବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର