ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁବାର ୩୬ଜଣ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ଦାୟିତ୍ୱ ବଣ୍ଟନ କରିଛନ୍ତି। ଆଜି ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୁଶାନ୍ତ ସିଂହ ଓ ମନୋହର ରାନ୍ଧାରୀଙ୍କୁ ସଶକ୍ତ ଓଡିଶାର ସ୍ୱତନ୍ତ୍ର ଦାୟିତ୍ୱ ଦିଆ ଯାଇଥିବା ବେଳେ ଚନ୍ଦ୍ରସାରଥୀ ବେହେରା ଓ ସ୍ନେହାଙ୍ଗୀନି ଛୁରିଆଙ୍କୁ ଅନୁସୂଚିତ ଜନଜାତିର ସଶକ୍ତିକରଣ ଦାୟିତ୍ବ ମିଳିଛି। ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ସାମାଜିକ ବିକାଶ, ଜଗନ୍ନାଥ ସାର୍କାଙ୍କୁ ଜନଜାତିର ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର , ଆୟୁବ ଖାନ୍ଙ୍କୁ ସଂଖ୍ୟାଲଘୁ ବ୍ୟାପାର, ଦେବେଶ ଆଚାର୍ଯ୍ୟଙ୍କୁ ଓଡିଶା ମୋ ପରିବାର, ଉମାକାନ୍ତ ସାମନ୍ତରାୟଙ୍କୁ ସାମାଜିକ ବିକାଶ, ବ୍ୟୋମକେଶ ରାୟଙ୍କୁ ଛାତ୍ର ବ୍ୟାପାର ସାଧାରଣ ସଂପାଦକ ଦାୟିତ୍ୱ ଦିଆଯାଇଛି।
ସେହିପରି ଅନନ୍ତ ନାରାୟଣ ଜେନାଙ୍କୁ ସଶକ୍ତ ଓଡିଶା, ରାଜଶ୍ରୀ ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ, ପ୍ରିୟଦର୍ଶୀ ମିଶ୍ରଙ୍କୁ କଳା ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ, ଧ୍ରବୁଚରଣ ସାହୁଙ୍କୁ ପରିବେଶ, ପ୍ରଣବ କୁମାର ବଳବନ୍ତରାୟଙ୍କୁ ଯୁବ ବ୍ୟାପାର , ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଆଞ୍ଚଳିକ ବିକାଶ, ରାଜୀବ ଲୋଚନ ପାତ୍ରଙ୍କୁ ସାମାଜିକ ବିକାଶ ଦାୟିତ୍ବ ଦିଆଯାଇଛି। ସୁଧିର କୁମାର ସାମଲ, ଡକ୍ଟର ସସ୍ମିତ ପାତ୍ର ଓ ବିକ୍ରମ ପଣ୍ଡାଙ୍କୁ ଓଡିଶା ମୋ ପରିବାର ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଯୋଗେଶ ସିଂହଙ୍କୁ ଜନଜାତି ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର, ବାସନ୍ତୀ ହେମ୍ରମ୍ଙ୍କୁ ଜନଜାତି ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର , ବିଜୟ କୁମାର ନାୟକଙ୍କୁ ଆଞ୍ଚଳିକ ବିକାଶ ଦାୟିତ୍ବ ମିଳିଛି। ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ ଓ ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ରଙ୍କୁ ମହିଳା ସଶକ୍ତିକରଣର ଦାୟିତ୍ୱ ଦିଆଯାଇଛି।
ଏଥିସହିତ ପ୍ରଫୁଲ ସିଂହଙ୍କୁ ସାମାଜିକ ବିକାଶ, ଦେବାଶିଷ ମାରାଣ୍ଡିଙ୍କୁ ଜନଜାତି ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର, ମାନସ ମଙ୍ଗରାଜଙ୍କୁ ଗଣମାଧ୍ୟମ ବ୍ୟାପାର, ଜନ୍ମେଜୟ ଲେଙ୍କା, ସତ୍ୟବ୍ରତ ପାତ୍ର ଓ ସାରଦା ପ୍ରସନ୍ନ ଜେନାଙ୍କୁ କଳା ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ, ବିଶ୍ୱଜିତ ମହାନ୍ତିଙ୍କୁ ସଶକ୍ତ ଓଡିଶା, ଗୀତଞ୍ଜଳି ସେଠୀଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ, ପ୍ରମୋଦ କିଶୋର ଜେନାଙ୍କୁ ପରିବେଶ, ଶ୍ୟାମାପ୍ରସାଦ ବେହେରାଙ୍କୁ ଆଞ୍ଚଳିକ ବିକାଶର ଦାୟିତ୍ୱ ପ୍ରଦାନ କରିଛନ୍ତି ଦଳର ସୁପ୍ରିମେୋ ନବୀନ ପଟ୍ଟନାୟକ।