ପାଟଣାଗଡ଼ ଓ କେନ୍ଦ୍ରାପଡ଼ା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ

ଭୁବନେଶ୍ୱର : ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଓ କେନ୍ଦ୍ରାପଡ଼ା ପାଇଁ ନିର୍ବାଚନମଣ୍ଡଳୀ ସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି। ପାଟଣାଗଡ଼ ପାଇଁ ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ନିଯୁକ୍ତି ଦେଇଥିଲା ବେଳେ ସହ ପର୍ଯ୍ୟବେକ୍ଷକ ଭାବେ ବିଧାୟକ ମହିଧର ରଣା ଓ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ଦେବାଶିଷ ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା ଭାବେ ବିଶ୍ବଜିତ ଦାସଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର