‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନକୁ ନେଇ ବିଜେଡି- ବିଜେପି ତୁ ତୁ ମେ ମେ

1

ଭୁବନେଶ୍ୱର: ଶ୍ରେଷ୍ଠ ପ୍ରଶାସକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁନେର ଏମଆଇଟି ୱାର୍ଲ୍ଡ ପିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଦର୍ଶ ମୁଖ୍ୟମନ୍ତ୍ରୀ -୨୦୧୮ ପୁରସ୍କାରରେ ସମ୍ମାନିତ କରାଯାଇଛି।  ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ୍‌ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଓ ବିଜେପି ବରିଷ୍ଠର ନେତା ମୁରଲୀ ମନୋହର ଯୋଶୀ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରାୀ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ମିଳିବା ପରେ ଏହାକୁ ନେଇ ବିଜେପି-ବିଜେଡି ମଧ୍ୟରେ ତୁ ତୁ ମେମେ ଆରମ୍ଭ ହୋଇ ଯାଇଛି।

ଆଜି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ମହାକାଳଫଳ ସହିତ ତୁଳନା କରି କହିଛନ୍ତି, ମହକାଳ ଫଳ ଦେଖିବାକୁ ସୁନ୍ଦର କିନ୍ତୁ ଭିତର କଳା ଅଙ୍ଗାର। ଠିକ ସେହିପରି ଏଠାକାର ଅବସ୍ଥା ବୋଲି ଶ୍ରୀ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି । ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ୱାଭିମାନ ସହିତ ଖେଳ ଖେଳନ୍ତୁ ନାହିଁ। ବରଂ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନକୁ ନିଜ ଡ୍ରଇଂ ରୁମ୍‌ରେ ରଖି ଦଳୀୟ କର୍ମୀଙ୍କ ମନୋବଳ କେବଳ ବଢ଼ାନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।


ଶ୍ରୀ ଆଚାର୍ଯ୍ୟ ନବୀନଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ସମ୍ମାନ ଦିଆଯିବା ପରେ ସମାଲୋଚନା କରିବାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଯେଉଁମାନେ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି ସେମାନେ ଜ୍ଞାନୀ, ଗୁଣି। ସେମାନଙ୍କ ମଧ୍ୟରେ ବିଜେପି ନେତା ଓ ମାର୍ଗଦର୍ଶକ ମଧ୍ୟ ସାମିଲ ଅଛନ୍ତି ବୋଲି କହି ବିଜେପି ପ୍ରତିକ୍ରିୟାର କଡ଼ା ଜବାବ ରଖିଛନ୍ତି ଶ୍ରୀ ଦେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Deeksha Banerjee says

    Honourable Chief Minister Shri.Naveen Patnaik is an International Brand Name as a Successful Chief Minister of Our State and in future also he will be the Chief Minister of Our State.
    BJP Honourable Sri. Narendra Modiji has made extensive foreign trips and in Gujarat he has done Election Campaign using a Aircraft.This is called Brand Name Building.
    Today the people who have participated in welcome meeting of Our Honourable Chief Minister Shri.Naveen Patnaik are the people who are not having any avagation and the State Government will provide them proper help so that they will lead good life.
    Award to a Chief Minister Motivates him to work for the development of odisha state and Honourable Chief Minister Shri.Naveen Patnaik deserves more awards in our state and in our Country and in coming years Shri.Naveen Patnaik Sir will get Bharat Ratna Award and Nobel Prize also.
    Shri.Soumya Ranjan Patnaik and all the wellwishers of Our State Government should extend more support to our Honourable Chief Minister Shri.Naveen Patnaik.Get the Money from Central Government and Give the Money to Odisha People.Say Six Crore People are living in Odisha because several Retired Odisha People will return back expecting that they will get warm welcome.
    The people who are in other States in India of odisha state origin will return back and make good life.