ଦଳଡିଆଁ ପାଇଁ ସଜବାଜ : ବିଜେଡ଼ି-ବିଜେପି ଶିବିରରେ କମ୍ପନ

ଭୁବନେଶ୍ବର/ବାରିପଦା : ନିର୍ବାଚନ ବିଗୁଲ୍ ବାଜିବା ସହିତ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି େହଲାଣି। କିଏ େକଉଁ ଦଳରୁ ଟିକେଟ୍ ପାଇବ ସେ ନେଇ ନିଷ୍ପତ୍ତି ଚୂଡାନ୍ତ ହେବା ପୂର୍ବରୁ ଦଳଡିଆଁକୁ େନଇ ଚର୍ଚ୍ଚା େଜାର ଧରିଛି। ସବୁ ଦଳ ନିଜ ବଳ ବଢାଇବା ଲାଗି େଯ କୌଣସି ସ୍ତରକୁ ଯିବା ପାଇଁ ପ୍ରସ୍ତୁତ େହଲେଣି। ବିେରାଧୀ ପକ୍ଷକୁ ମାତ ଦେବା ଲାଗି ଶକ୍ତିଶାଳୀ େନତାଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। କିଛି େନତା ଅସନ୍ତୁଷ୍ଟ େହାଇ ବା ଟିକେଟ ନ ପାଇବା ଆଶାରେ ଦଳ ପରିବର୍ତନ କରିବା ଲାଗି ସଜବାଜ ଆରମ୍ଭ କରିଛନ୍ତି।

ବିେଜପିକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯିବା ପରେ ଏବେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାେମାଦର ରାଉତଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଡାକ୍ତର ରାଉତ ଗତକାଲି େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଆେଲାଚନା କରି େଫରିଛନ୍ତି। ମାତ୍ର ଦଳରେ େଯାଗ ଦେବେ କି ନାହିଁ, ତାହା ଏଯାଏ ସ୍ପଷ୍ଟ କରିନାହାନ୍ତି। ଏମିତି ସମୟରେ ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ବିେଜପିକୁ ଆେଖଇଥିବା ସୂଚନା ମିଳିଲାଣି। ଖାରବେଳ ପଦ୍ମ ଟିକେଟରେ ସାଂସଦ ଭାବେ ଲଢିବାକୁ ଆଗ୍ରହୀ ବୋଲି ଗଣମାଧ୍ୟମକୁ କହିଛନ୍ତି। ତେବେ ପୂର୍ବତନ ମନ୍ତ୍ରୀ ବ୍ରଜ କିେଶାର ତ୍ରିପାଠୀ ବିେଜପିକୁ େଫରିବା ଚର୍ଚ୍ଚା େଜାର ଧରିଥିଲେ ହେଁ, େସ ଏଯାଏ ମୁହଁ େଖାଲିନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, ବୈଜୟନ୍ତଙ୍କ ନିକଟତର େହାଇଥିବା ନବୀନ ନନ୍ଦ ମଧ୍ୟ େଯ କୌଣସି ମୁହୂର୍ତରେ ବିେଜପିରେ ଯୋଗଦେବେ। େକନ୍ଦ୍ରାପଡାର କେଂଗ୍ରସ ନେତା ଉମାକାନ୍ତ ନାୟକ ଆସନ୍ତାକାଲି ବୈଜୟନ୍ତଙ୍କ ସଭାରେ ପଦ୍ମ ଧରିପାରନ୍ତି। ସେହିଭଳି ଭୁବନେଶ୍ବର ଜିଲ୍ଲା ବିେଜଡି କାର୍ଯ୍ୟକାରୀ ସଭାପତି ବାବୁ ସିଂ ମଧ୍ୟ ବିେଜପି ଉପରେ ଆଖି ରଖିଛନ୍ତି। ବିଜେଡିକୁ ଶକ୍ତ ଧକ୍କା ଦେବା ପାଇଁ ବିେଜପି ଆହୁରି ଉଦ୍ୟମରେ ରହିଛି। ଝାରସୁଗୁଡା ବିେଜଡି େନତା ତଥା ପୂର୍ବତନ ବାଚସ୍ପତି କିେଶାର ମହାନ୍ତିଙ୍କୁ େଯନତେନ ଉପାୟରେ ଦଳକୁ ଆଣିବା ଲାଗି େନତାମାେନ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ବିେଜଡି ମଧ୍ୟ ବିେଜପିକୁ ବଡ଼ ଝଟକା ଦେବା ଲକ୍ଷ୍ୟରେ ଅଛି। ମୟୂରଭଂଜ ବିେଜପି େନତା ରାଜ କିେଶାର ଦାସଙ୍କ ଉପରେ ବିେଜଡି ନଜର ପଡିଛି। େକବଳ ସେତିକି ନୁେହଁ, ବିେଜପି ନେତା ବିଧାୟକ ଦୁେର୍ଯ୍ୟାଧନ ମାଝୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ନାୟକ, େଖାର୍ଧାର ପୂର୍ବତନ ବିଧାୟକ େଜ୍ୟାତିରିନ୍ଦ୍ର ନାଥ ମିତ୍ର, ମୟୂରଭଂଜର ପ୍ରକାଶ େସାରେନ, ବିେଜପି ସାଧାରଣ ସଂପାଦକ ଭ୍ରୁଗୁ ବକ୍ସିପାତ୍ରଙ୍କର ବିେ଼ଜଡି େଯାଗଦାନ େନଇ ଚର୍ଚ୍ଚା େଜାର ଧରିଲାଣି। ଏସବୁ େନତା ଦଳ ଡେଇଁବେ କି ନାହିଁ, ତାହା ସ୍ପଷ୍ଟ କରିନଥିଲେ ହେଁ, ଆେଲାଚନା କିନ୍ତୁ ଥମୁନାହିଁ।

ସମ୍ବନ୍ଧିତ ଖବର