ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ଦେଲା ବିଜେଡି

ଭୁବନେଶ୍ୱର: ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ‘ଅଟଳ ପେନ୍‌ସନ୍‌ ଯୋଜନା’କୁ ବିଜେପି ପ୍ରଚାରର ଅସ୍ତ୍ର କରିଛି ବୋଲି ବିଜୁ ଜନତା ଦଳ ଗୁରୁବାର ଅଭିଯୋଗ ଆଣିଛି। ଏ ନେଇ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ କହିଛି, ଟିଭି ଚାନେଲରେ ଛାୟା ବିଜ୍ଞାପନ ଜରିଆରେ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ପକ୍ଷରୁ ଉଦ୍ୟମ କରାଯାଇଛି। ବିଜେଡି ପ୍ରମାଣ ସ୍ୱରୂପ ପେନ୍‌ ଡ୍ରାଇଭ୍‌ରେ ଏକ ଭିଡିଓ କ୍ଲପ୍‌ ପ୍ରଦାନ କରିଛି।

ସୂଚନାଯୋଗ୍ୟ ଗତ ୨୬ ତାରିଖରେ ଜୀ ଟିଭିର ‘ଆପ୍‌ କେ ଆଜାନେ ସେ’ ଧାରାବାହିକ ପ୍ରସାରଣ ବେଳେ ୨ ମିନିଟର ଏକ ଛାୟା ବିଜ୍ଞାପନ ପ୍ରଦର୍ଶନ କରାଯାଇଥିଲା। ସେଥିରେ ଅଭିନୟ କରୁଥିବା ଚରିତ୍ରମାନେ ସୀମାବନ୍ଧ ନାହି, ସାରା ଭାରତବର୍ଷରେ ଏହି ଛାୟା ବିଜ୍ଞାପନ ପ୍ରଦର୍ଶିତ ହୋଇଛି।

ସମ୍ବନ୍ଧିତ ଖବର