ବୈୟଜନ୍ତଙ୍କ ସପକ୍ଷରେ ଆଜି ବି ପ୍ରଚାର ଜାରି ରଖିଛି ତାଙ୍କ ଚାନେଲ୍ ! ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡ଼ି

ରାଜ୍ୟରେ ଚାଲିଛି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ।  ଆଜି ବି ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ଜାରି ରହିଛି ଆରୋପ ପ୍ରତ୍ୟାରୋପର ପର୍ବ । କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ସିିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡ଼ି ପ୍ରତିନିଧି ଦଳ । ବିଜେଡ଼ି ଅଭିଯୋଗ କରିଛି, ନିର୍ବାଚନ ଚାଲିଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କ ଟିଭି ଏବେ ବି ପ୍ରଚାର ଜାରି ରଖିଛି ।

ଓଟିଭିର କ୍ୟାମେରା ଟିମ୍ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଭୋଟରଙ୍କୁ ପ୍ରଲୋଭିତ କରିବାର ଅପଚେଷ୍ଟା କରାଯାଉଛି । ବୈଜୟନ୍ତ ପଣ୍ଡାଙ୍କ ସମର୍ଥକ ଜଣେ ଯୁବକଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମଧ୍ୟ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆଣିଛି ବିଜେଡ଼ି ।

ସୂଚନାଯୋଗ୍ୟ ଗତକାଲି ବି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣି ସିଇଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେଡ଼ି । କେନ୍ଦ୍ରାପଡ଼ାରେ ବିଜେପିର ସୋସିଆଲ ମିଡ଼ିଆ ସକ୍ରିୟ ଥିବା ପ୍ରଚାର ଜାରି ଥିଲା ବୋଲି ଅଭିଯୋଗ ହୋଇଥିଲା । କେନ୍ଦ୍ରାପଡ଼ାର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାକୁ ଭୋଟ ଦିଅନ୍ତୁ ବୋଲି ଭଏସ୍ କଲରେ କୁହାଯାଉଥିଲା । ବିଜେପି ସୋସିଆଲ ମିଡ଼ିଆରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିଥିବା ଅଭିଯୋଗ ନେଇ ସିଇଓଙ୍କୁ ଭେଟିଥିଲା ବିଜେଡ଼ି ପ୍ରତିନିଧି ଦଳ ।

ସମ୍ବନ୍ଧିତ ଖବର