୧୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି : ପୁରୀରୁ ମହେଶ୍ୱର ମହାନ୍ତି, ପାରାଦୀପରୁ ସମ୍ବିତ ରାଉତରାୟ

ଭୁବନେଶ୍ୱର: ବିଜୁ ଜନତା ଦଳ ଶୁକ୍ରବାର ନିଜର ୧୮ଟି  ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ତାଲିକାରେ ୯ଟି  ଆସନରେ ପ୍ରାର୍ଥୀ ବଦଳାଇଛନ୍ତି।

ଘୋଷଣା ଅନୁସାରେ ପୁରୀ ବିଧାନସଭା ଆସନରୁ ମହେଶ୍ୱର ମହାନ୍ତି ନିର୍ବାଚନ ଲଢ଼ିବେ। ଜଟଣୀରୁ ବିଭୂତି ବଳବନ୍ତରାୟ, ବାରବାଟି-କଟକରୁ ଦେବାଶିଷ ସାମନ୍ତରାୟ, କଟକ-ସଦରରୁ ଚନ୍ଦ୍ରସାରଥୀ ବେହେରା ଓ ବଡ଼ଚଣାରୁ ଅମର ଶତପଥୀ ଲଢ଼ିବେ। ସେହିପରି ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ଡ. ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପରୁ ଟିକେଟ ମିଳିଛି।

ନିମ୍ନରେ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ଦିଆଗଲା

୧) ପୁରୀ: ମହେଶ୍ୱର ମହାନ୍ତି
୨) ଜଟଣୀ: ବିଭୂତି ବଳବନ୍ତରାୟ
୩) କଟକ-ବାରବାଟି: ଦେବାଶିଷ ସାମନ୍ତରାୟ
୪) କଟକ-ସଦର: ଚନ୍ଦ୍ରସାରଥୀ ବେହେରା
୫) ଉଦଳା: ଶ୍ରୀନାଥ ସୋରେନ
୬) ବାଲେଶ୍ୱର: ଜୀବନ ପ୍ରଦୀପ ଦାସ
୭) ଜଳେଶ୍ୱର: ଅଶ୍ୱିନୀ ପାତ୍ର
୮) ବାଙ୍ଗିରିପୋଷି: ସୁଦାମ ମରାଣ୍ଡି
୯) ବଡ଼ଚଣା: ଅମର ଶତପଥୀ
୧୦) ରାଜନଗର: ଧୃବ ସାହୁ
୧୧) ସୋର: ପରଶୁରାମ ଧଡା
୧୨) ତିର୍ତ୍ତୋଲ: ବିଷ୍ଣୁ ଦାସ
୧୩) ସଂଜୀବ ମଲ୍ଲିକ
୧୪) ବଡ଼ସାହି: ବୃନ୍ଦାବନ ଦାସ
୧୫) ଯଶୀପୁର: ଗୋଲକ ବିହାରୀ ନାଏକ
୧୬) ରୋଙ୍ଗାଲି: ରୀନା ତନ୍ତ୍ରି
୧୭) ସାରସାକଣା: ଅମରସିଂ ଟୁଡୁ
୧୮) ପାରାଦୀପ: ସମ୍ବିତ ରାଉତରାୟ

ଉପରୋକ୍ତ ବିଧାନସଭା ଆସନ ଗୁଡ଼ିକ ମଧ୍ୟରୁ ୯ଟି ନୂତନ ପ୍ରାର୍ଥୀଙ୍କୁ ବିଜେଡି ଟିକେଟ ଦେଇଛି। ବିଜେଡି ୨୦୧୪ରେ ଜଟଣୀ, ରେଙ୍ଗାଲି, ଯଶୀପୁର, ସାରସକଣା, ଉଦଳା, ବଡସାହି, ଭଦ୍ରକ, ତିର୍ତ୍ତୋଲ ଓ ପାରାଦୀପରେ ଅନ୍ୟ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା।

ସମ୍ବନ୍ଧିତ ଖବର