ନୂଆଦିଲ୍ଲୀ : ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ଆଜି ବିଜେଡି ପ୍ରତିନିଧି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଦଳର ସମର୍ଥନ ଲୋଡ଼ିଛନ୍ତି। ନୂଆଦିଲ୍ଲୀରେ ଜେଏମ୍ଏମ୍ ସଭାପତି ଶିବୁ ସୋରେନ୍ଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ବିଜେଡି ରାଜ୍ୟସଭା ସଦସ୍ୟ ଅନୁଭବ ମହାନ୍ତି। ମହିଳା ସଶକ୍ତିକରଣ ପାଇଁ ସଂସଦ ଓ ବିଧାନସଭାରେ ସ୍ଥାନ ସଂରକ୍ଷଣର ଆବଶ୍ୟକତା ଉପରେ ବିଜେଡି ପକ୍ଷରୁ ଗୁରୁତ୍ବାରୋପ କରାଯାଇଥିଲା। ଏହି ଅବସରରେ ବିଜେଡି ସାଂସଦ ଅନୁଭବ ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲେଖା ଯାଇଥିବା ପତ୍ର ଶିବୁ ସୋରେନ୍ଙ୍କୁ ହସ୍ତାନ୍ତର କରିଥିଲେ। ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ଉପରେ ଜେଏମ୍ଏମ୍ ମୁଖ୍ୟ ସକାରାତ୍ମକ ମନୋଭାବ ପୋଷଣ କରିଥିବା ସାଂସଦ ଅନୁଭବ ମହାନ୍ତି ସୂଚନା ଦେଇଛନ୍ତି।
ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ଭେଟିଲା ବିଜେଡି
/sambad/media/post_attachments/wp-content/uploads/2018/12/jm-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)