ବିଜେଡି ଏକାକୀ ନିର୍ବାଚନ ଲଢ଼ିବ: ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କହିଛନ୍ତି, ତାଙ୍କର ଦଳ ନିର୍ବାଚନରେ ଏକାକୀ ଲଢ଼ିବ। ଜାତୀୟ ଗଣମାଧ୍ୟମ ‘ଏନ୍‌ଡିଟିଭି’କୁ ସାକ୍ଷାତ ଦେବା ଅବସରରେ ନବୀନ କହିଛନ୍ତି, ମୁଁ କୌଣସି ଆଞ୍ଚଳିକ ଦଳ ସହିତ ସମ୍ପର୍କରେ ନାହିଁ। ବିଜେଡି ସୁପ୍ରିମୋ କହିଛନ୍ତି, ଆମେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ସହିତ ସମଦୂରତ୍ୱରେ ରହିଛୁ। ପୂର୍ବରୁ ନବୀନ ଗଣମାଧ୍ୟମକୁ କହିଥିଲେ ଯେ, ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଆଞ୍ଚଳିକ ଦଳମାନେ ଏକାଠି ହେବା ଦରକାର।

ସମ୍ବନ୍ଧିତ ଖବର