ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନ ପାଇଁ ଆଜି ବିଜୁ ଜନତା ଦଳ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛିି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ ୩୩ ଜଣ ସାଂସଦ ଓ ବିଧାୟକଙ୍କୁ ସାମିଲ କରାଯାଇଛି।
ଆଗାମୀ ବିଜେପୁର ଉପନିର୍ବାଚନ ସମୟରେ ପ୍ରଚାର ପାଇଁ ୨୭ ଜଣ ବିଧାୟକ ଓ ୬ ଜଣ ସାଂସଦଙ୍କୁ ଷ୍ଟାର ପ୍ରଚାରକଭାବେ ନିର୍ବାଚନ ମଇଦାନକୁ ଓହ୍ଳାଇଛି ବିଜେଡ଼ି। ଏଥିରେ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରଓ୍ଵାଲ, ସୂର୍ଯ୍ୟନାରାୟଣ ପାତ୍ର, ଅନଙ୍ଗ ଉଦୟ ସିଂହଦେଓ, ତଥାଗତ ଶତପଥୀ, ପ୍ରତାପ ଜେନା, ବିକ୍ରମ କେଶରୀ ଆରୁଖ, କଲିକେଶ ସିଂହଦେଓ, ପ୍ରତାପ କେଶରୀ ଦେବଙ୍କ ସହିତ ସିନେ ତାରକା ତଥା ରାଜନେତା ସିଦ୍ଧାନ୍ତ ମହାପାତ୍ର,ଅନୁଭବ ମହାନ୍ତି, ଆକାଶ ଦାସ ନାୟକ, ମୁନ୍ନା ଖାଁ , ଅରିନ୍ଦମ ରାୟ ଓ କୁନା ତ୍ରିପାଠୀଙ୍କୁ ମଧ୍ୟ ସାମିଲ କରାଯାଇଛି। ସେହିପରି ବିଧାୟକମାନଙ୍କ ମଧ୍ୟରେ ରୋହିତ ପୂଜାରୀ, ଡ. ରାସେଶ୍ୱରୀ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ରାଜେନ୍ଦ୍ର ସାହୁ, ବ୍ୟେମକେଶ ରାୟ, ପ୍ରଣବ ବଳବନ୍ତରାୟ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର,ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରୀତିରଞ୍ଜନ ଘଡ଼େଇ,ଦେବାଶିଷ ନାୟକ, ସମୀର ଦାସ, ଉମାକାନ୍ତ ସାମନ୍ତରାୟ, ବ୍ରଜ ପ୍ରଧାନ,ସଞ୍ଜିବ ସାହୁ, ପ୍ରମିଳା ମଲ୍ଲିକ ପ୍ରମୁଖଙ୍କୁ ଏହି ତାଲିିକାରେ ସାମିଲ କରାଯାଇଛି।
ବିଜେପୁର ଉପନିର୍ବାଚନ ପାଇଁ ବିଜେଡ଼ି ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା
/sambad/media/post_attachments/wp-content/uploads/2018/02/BJD-Leaders.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)