ନୂଆ ୧୪ ଜଣିଆ ମୁଖପାତ୍ର ତାଲିକା ଜାରି କଲା ବିଜେଡି

ଭୁବନେଶ୍ବର : ବିଜୁ ଜନତା ଦଳ ପକ୍ଷରୁ ୧୪ ଜଣିଆ ନୂଆ ମୁଖପାତ୍ରଙ୍କ ତାଲିକା ପ୍ରକାଶ କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଆଗରୁ ଗଣମାଧ୍ୟମ ପ୍ୟାନେଲିଷ୍ଟ ଥିବା ଦେବାଶିଷ ମାରାଣ୍ଡିଙ୍କୁ ଦଳର ମୁଖପାତ୍ର ଦାୟିତ୍ୱ ଦିଆଯାଇଛି । ସେହିଭଳି ଅମର ପଟ୍ଟନାୟକ ମଧ୍ୟ ଦଳର ମୁଖପାତ୍ର ଦାୟିତ୍ୱ ତୁଲାଇବେ। ଏହି ମୁଖପାତ୍ର ତାଲିକାରୁ ଦଳର ମୁଖ୍ୟ ସଚେତକ ଅମର ଶତପଥୀଙ୍କୁ ବାଦ ଦିଆଯାଇ ଅତନୁ ସବ୍ୟସାଚୀ ନାୟକ ଏବଂ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ନୂଆ ମୁଖପାତ୍ର ତାଲିକାରେ ନିଯୁକ୍ତ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ୧୪ ଜଣିଆ ମୁଖପାତ୍ର ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ , ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଅରୁଣ କୁମାର ସାହୁ, ରବି ନାରାୟଣ ନନ୍ଦ, ସମୀର ରଂଜନ ଦାଶ, ସସ୍ମିତ୍ ପାତ୍ର, ସୁଲୋଚନା ଦାସଙ୍କ ନାଁ ପୂର୍ବ ଭଳି ରହିଛି ।

ସମ୍ବନ୍ଧିତ ଖବର