ବିଜୁ ଯୁବ ଜନତା ଦଳର ଜିଲ୍ଲା ଆଇଟି ୱିଙ୍ଗ୍ ସଂଯୋଜକ ମନୋନୀତ

ଭୁବନେଶ୍ବର : ବିଜୁ ଜନତା ଦଳର ଆଭିମୁଖ୍ୟ, ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତ୍ବରିତ ସୂଚନା ପ୍ରଦାନ ନିମନ୍ତେ ଦଳର ସଭାପତି ନବୀନ ପଟ୍ଟନାୟକ ବିଜେଡି ଆଇଟି ୱିଙ୍ଗ୍ ଗଠନ କରିଛନ୍ତି। ଏହି କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଆଜି ରାଜ୍ୟ ଆଇଟି ସେଲ୍‌ର ମୁଖ୍ୟ ଅମର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଯୁବ ବିଜେଡିର ପ୍ରତ୍ୟେକ ଜିଲ୍ଲାର ଦୁଇ ଜଣଙ୍କୁ ଆଇଟି ୱିଙ୍ଗ୍ ଜିଲ୍ଲା ସଂଯୋଜକ ଭାବେ ମନୋନୀତ କରାଯାଇଛି ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଜେଡି ଆଇଟି ୱିଙ୍ଗ୍ କୋର୍ କମିଟି ସଦସ୍ୟ ଅମରେଶ ପତ୍ରୀ ସୂଚନା ଦେଇଛନ୍ତି।

ସଂଯୋଜକମାନେ ହେଲେ ଅନୁଗୁଳର ଅମିତ କୁମାର ଦାସ ଓ ଚନ୍ଦ୍ରକାନ୍ତ ପ୍ରଧାନ, ବଲାଙ୍ଗୀରର ବିଭୂତି ଭୂଷଣ ମିଶ୍ର ଓ ଆଶୀର୍ବାଦ ସାହୁ, ବାଲେଶ୍ବରର ସନ୍ଦୀପ ରାଉତ ଓ ମଳୟ ଦାସ, ବରଗଡ଼ର ଅନିଲ ଦଳାଇ, ଭଦ୍ରକର ଇମତିଆଜ କଲାମ ଖାନ୍ ଓ ରାକେଶ କୁମାର ପଣ୍ଡା, ଭୁବନେଶ୍ବରର ହିତେଶ କୁମାର ଜେନା ଓ ଆଶିଷ କୁମାର ପଟ୍ଟନାୟକ, ବୌଦ୍ଧର ଧର୍ମେନ୍ଦ୍ର ମେହେର ଓ କୈଳାସ ବେହେରା, କଟକର ଦେବାଶିଷ ମହାପାତ୍ର ଓ ନଚିକେତ ପ୍ରିୟଦର୍ଶୀ, ଦେବଗଡ଼ର ଅଭିଜିତ ପ୍ରଧାନ ଓ ବିକାଶ କୁମାର ମିଶ୍ର, ଢେଙ୍କା‌ନାଳର ଗଙ୍ଗାଧର ରାଉତ ଓ ନିରଞ୍ଜନ ସାହୁ, ଗଜପତିର କୁନ୍ଦତରି ଜୁଗାନ୍ଧର ରାଓ ଓ ମୀନକେତନ ବରାଳ, ଗଞ୍ଜାମର ପ୍ରବୀନ କୁମାର ପାତ୍ର, କେ ମୁନା ରେଡ୍ଡି, ଚନ୍ଦ୍ର ସଚିନ ପାତ୍ର ଓ ଅଶୋକ ମହାକୁଡ଼, ଜଗତସିଂହପୁରର କୃଷ୍ଣଚନ୍ଦ୍ର ସେଠୀ ଓ ସୁଜିତ ମହାନ୍ତି, ଯାଜପୁରର ଦୀପକ ସାହୁ ଓ ବିଶାଲ ମହାନ୍ତି, ଝାରସୁଗୁଡ଼ାର ସୌମ୍ୟରଞ୍ଜନ ବେହେରା ଓ ଶ୍ୟାମଲ ଘୋଷ, କଳାହାଣ୍ଡିର ଅମିତ ଯାଦବ ଓ ସତ୍ୟବ୍ରତ ଦାସ, କେନ୍ଦ୍ରାପଡ଼ାର ବିଜୟ ମଣ୍ଡଳ ଓ ‌ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡ଼ାଇ, କେନ୍ଦୁଝରର ବିଘ୍ନରାଜ ସାହୁ ଓ ବୁବୁ ସିହ୍ନା, ଖୋର୍ଦ୍ଧାର ‌ଜିତରଞ୍ଜନ ବାରିକ ଓ ଦେବୀ ପ୍ରସାଦ ମିଶ୍ର, କୋରାପୁଟର ରଞ୍ଜିତ ପଟ୍ଟନାୟକ ଓ ରତ୍ନାକର ଜେନା, ମାଲକାନଗିରିର ତୁଷାର ଦାସ ଓ ଲୋକନାଥ ସାହୁ, ନବରଙ୍ଗପୁରର ତ୍ରିନାଥ ଲେଙ୍କା ଓ ପରେଶ ଜେନା, ନୟାଗଡ଼ର ସତ୍ୟଜିତ ମହାନ୍ତି ଓ ମନୋଜ କୁମାର ନାୟକ, ନୂଆପଡ଼ାର ଇମ୍ରାନ ବୋଡ଼େନ ଓ ସେକ୍ ସାଇବର୍ ହୁସେନ୍, ପୁରୀର ରାଧାରମଣ ସ୍ବାଇଁ ଓ ତାପସ ପଟ୍ଟନାୟକ, ରାୟଗଡ଼ାର ଦେବାଶିଷ ଖଡ଼ାଙ୍ଗୋ ଓ ଅବିନାଶ ବିଶୋଇ, ସମ୍ବଲପୁରର ଦୁଲାଲ ଚନ୍ଦ୍ର ରାୟ ଓ ଚନ୍ଦନ କୁମାର ରଣବିଦା, ସୁବର୍ଣ୍ଣପୁରର ପିନାକ୍ଷୀ ପଣ୍ଡା ଓ ମନୋଜ ସାହୁ, ସୁନ୍ଦରଗଡ଼ର ଆଶୁତୋଷ ସ୍ବାଇଁ ଓ ମ‌ାନସ ରଞ୍ଜନ ବିଶି, ମୟୂରଭଞ୍ଜର କପିଲ ଖଣ୍ଡେଲୱାଲ ଓ ମୟୂରଭଞ୍ଜ ସଦରର ରଞ୍ଜନ କୁମାର ଦେବ।

ସମ୍ବନ୍ଧିତ ଖବର