ଆତ୍ମହତ୍ୟା ଉଦ୍ୟମ କଲେ ବିଜେଡି ନେତ୍ରୀ ସଂଯୁକ୍ତା, ଅବସ୍ଥା ଗୁରୁତର

ଭୁବନେଶ୍ୱର: ବିଜେଡି ମହିଳା ନେତ୍ରୀ ସଂଯୁକ୍ତା ମହଲା ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସମଗ୍ର ରାଜ୍ୟରେ ଏବେ ଚର୍ଚ୍ଚା ପାଲଟିଛି। ସଂଯୁକ୍ତା ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଯିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂଯୁକ୍ତା ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦିକା ଥିଲେ। ଗତ କିଛି ଦିନ ତଳେ ଏହି ପଦରୁ ତାଙ୍କୁ ଅବ୍ୟାହତି ଦିଆଯାଇଥିଲା। ଏହାପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ତେବେ, ନିକଟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର