ବିଜେଡି ସାଂସଦ ପ୍ରାର୍ଥୀ କନ୍ଧମାଳରୁ ଦେବାପାଇଁ ଜୋର ଧରିଲା ଦାବି

ତୁମୁଡିବନ୍ଧ: କନ୍ଧମାଳ ଲୋକସଭା ନିମନ୍ତେ କନ୍ଧମାଳ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାପାଇଁ ବିଜେଡିର ସ୍ଥାନୀୟ ନେତାମାନେ ଦାବି କରିଛନ୍ତି। ପ୍ରଥମେ ଜି.ଉଦୟଗିରି, ଫୁଲବାଣୀ, ଦାରିଙ୍ଗବାଡି, ରାଇକିଆ, ବାଲିଗୁଡା ଆଦି ବ୍ଲକରେ ଦାବି ହେଉଥିବା ବେଳେ ମଙ୍ଗଳବାର ତୁମୁଡିବନ୍ଧରେ ମଧ୍ୟ୍ୟ ଅନୁରୂପ ଦାବି ହୋଇଛି। ଏ ନିଷ୍ପତି ଦଳର ସୁପ୍ରିମୋଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ବ୍ଲକ ବିଜେଡି ସଭାପତି ପ୍ରମୋଦ ସାହୁ।

ୱାର୍ଡ କମିଟି ସଭ୍ୟ ସଭ୍ୟା ସମ୍ବିଳନୀରେ ଏହି ନିଷ୍ପତି ନିଆଯାଇ ଥିଲା। ତହସିଲ କାର୍ଯାଳୟ ନିକଟ ପଡିଆରେ ତୁମୁଡିବନ୍ଧ ୯ ନମ୍ବର ଜୋନ ଜିଲ୍ଲା ପରିଷଦ ଜୋନର ୧୧ ପଞ୍ଚାୟତର ଦୁଇ ହଜାରରୁ ଅଧିକ ନେତା ଓ କର୍ମୀ ଯୋଗ ଦେଇଥିଲେ। ଏହି ୱାର୍ଡ କମିଟି ସଭ୍ୟ ସଭ୍ୟାଙ୍କ ଏକ ସମ୍ମିଳନୀ ବୈଠକରେ ବାଲିଗୁଡା ବିଧାୟକ ରାଜୀବ ପାତ୍ର, ବ୍ଲକ ଅଧକ୍ଷ ପ୍ରକାଶ ପାତ୍ର, ସାଂସଦ ପ୍ରତିନିଧି ଶ୍ୟାମ ସୁନ୍ଦର ବଡ଼ସେଠ, ପର୍ଯ୍ୟବେକ୍ଷକ ଯୋଶବନ୍ତ ରାଉତ, ଉମେଶ ଦଣ୍ଡସେନା, ସମେତ ବହୁନେତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର