ଭୁବନେଶ୍ୱର : ବିଜୁ ଜନତା ଦଳର ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଗଠନ କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସାମ୍ମୁଖ୍ୟ ଗଠନ କରି କର୍ମକର୍ତ୍ତାଙ୍କୁ ନିଯୁକ୍ତି େଦଇଛନ୍ତି। ଏହାର ଉପଦେଷ୍ଟା ଭାବେ ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ, ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟ ଆବାହକ ଭାବେ ଅବସରପ୍ରାପ୍ତ ପ୍ରଶାସକ ରବି ନାରାୟଣ ନନ୍ଦ ଓ ସଂଯୋଜକ ଭାବେ ପ୍ରବୀର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ସାମ୍ମୁଖ୍ୟର ସଦସ୍ୟ ଭାବେ ମୋହନ ପ୍ରସାଦ ମିଶ୍ର, ଜୀବନ ଦୀକ୍ଷିତ, ଅଜୟ ରାଉତରାୟ, ପ୍ରଶାନ୍ତ ଜେନା, ସରୋଜ ଚୌଧୁରୀ, ଗୌରୀଶଙ୍କର ବେହେରା, ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ଜ୍ୟୋତ୍ସ୍ନାମୟୀ ପରିଡ଼ାଙ୍କୁ ମନୋନୀତ କରାଯାଇଛି ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି।
ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଗଠିତ
/sambad/media/post_attachments/wp-content/uploads/2018/09/bjd-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)