ଭୁବନେଶ୍ବର : ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କ ନେତୃତ୍ବରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସ ସମର୍ଥିତ ବହୁ ସରପଞ୍ଚ, ସମିତି ସଭ୍ୟ, ଵାର୍ଡ଼ ମେମ୍ବର, ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ କର୍ମୀ ବିଜେଡିରେ ଯୋଗଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସରପଞ୍ଚ ନିର୍ମଳା ହରପାଲ, କେତକୀ ଅମାତ, ହିମାଞ୍ଚଳ ବୁଡ଼େକ, ଖୀରା ମାଝୀ, ପୁଷ୍ପାଞ୍ଜଳି ବାଗ୍, ସୁମୁଖି ଭୋଇ, ଭାରତୀ ରାଜପାଲିଆ, ସିରା ରଣା, ସମିତି ସଭ୍ୟ ଭୀମ ନାଗ, ପୂର୍ବତନ ସରପଞ୍ଚ ଅଲେଖ ସେଠୀ, ତୃତୀୟା ପ୍ରଧାନ, ହରେକୃଷ୍ଣ ରଣା, ପୂର୍ବତନ ସଇଁତଳା ବ୍ଲକ ଅଧ୍ୟକ୍ଷ ଦୁଃଖିଶ୍ୟାମ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲିଙ୍ଗା ରଣା, ଟିଟିଲାଗଡ଼ ବ୍ୟବସାୟୀ ସଂଘ ସଭାପତି କଂଗ୍ରେସର ତ୍ରିନାଥ ସରାଫ, ଟିଟିଲାଗଡ଼ ବାର୍ ଆସୋସିଏସନ୍ ସମ୍ପାଦକ ଲଳିତ ମୋହନ ତାଣ୍ଡି ପ୍ରମୁଖ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଏତେ ସଂଖ୍ୟକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗଦେବା ନେଇ ମୁଖ୍ୟମନ୍ତ୍ରୀ ଖୁସୀ ବ୍ୟକ୍ତ କରିବା ସହ ଏତେସଂଖ୍ୟକ ଯୋଗଦାନ ବଲାଙ୍ଗୀର ଜିଲ୍ଲା ସହ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଥିଲେ।