ନୂଆଦିଲ୍ଲୀ: ନିର୍ବାଚନ ଆଦର୍ଶ ଆଚରଣବିଧି ଉଲଂଘନ ନେଇ ବିଜୁ ଜନତା ଦଳ(ବିଜେଡି) ସାଂସଦମାନେ ଶୁକ୍ରବାର ମୁଖ୍ୟ ନିର୍ବାଚନ କମିସନ ଓମ୍ ପ୍ରକାଶ ରାଓତଙ୍କୁ ଭେଟିଛନ୍ତି। କଟକ ସାଂସଦ ଭର୍ତ୍ତୃହରି ମହତାବ, ପୁରୀ ସାଂସଦ ପିନାକୀ ମିଶ୍ର ଓ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ସିଇସିଙ୍କୁ ଭେଟି ଆଲୋଚନା କରିଛନ୍ତି।
ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ସାଂସଦ ପିନାକୀ ମିଶ୍ର ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେପି ପକ୍ଷରୁ ଷ୍ଟାର କ୍ୟାମ୍ପେନରଙ୍କ ଲିଷ୍ଟ ନିର୍ଦ୍ଧାରିତ ସମୟରେ ଦିଆ ଯାଇନାହିଁ। ତେଣୁ ଆଇନ ଅନୁସାରେ ଏହାକୁ ରଦ୍ଦ କରାଯାଉ। ବିଜେପି ନୋଟିଫିିକେସନର ୭ ଦିନ ମଧ୍ୟରେ ଦେବା କଥା। କିନ୍ତୁ ବିଜେପି ନିଜର ଲିଷ୍ଟ ନିର୍ବାଚନ ଅଧିକାରୀଙ୍କ ପାଖେ ଫେବ୍ରୁଆରି ୮ରେ ଦେଇଛନ୍ତି।
ନିର୍ବାଚନ ଆଦର୍ଶ ଆଚରଣବିଧି ଉଲଂଘନ: ମୁଖ୍ୟ ନିର୍ବାଚନ କମିସନଙ୍କୁ ଭେଟିଲେ ବିଜେଡି ସାଂସଦ
ପିନାକୀ କହିଲେ, ବିଜେପି ପକ୍ଷରୁ ଷ୍ଟାର କ୍ୟାମ୍ପେନରଙ୍କ ଲିଷ୍ଟ ନିର୍ଦ୍ଧାରିତ ସମୟରେ ଦିଆ ଯାଇନାହିଁ
/sambad/media/post_attachments/wp-content/uploads/2018/01/bjd-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)