ନୂଆଦିଲ୍ଲୀ: ସଂସଦରେ ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗରେ ବିଜୁ ଜନତା ଦଳ ସାଂସଦମାନେ ଗୁରୁବାର ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡି ସାଂସଦମାନେ ଉପ-ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଭେଙ୍କୟା ନାଇଡୁଙ୍କୁ ଭେଟିବା ପରେ ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଦାବିକୁ ଉପ-ରାଷ୍ଟ୍ରପତି ସଂପୂର୍ଣ୍ଣ ରୂପେ ସମର୍ଥନ ଜଣାଇଛନ୍ତି। ଉପ-ରାଷ୍ଟ୍ରପତିଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି।
ସଂସଦରେ ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ: ଉପ-ରାଷ୍ଟ୍ରପତିଙ୍କୁ ଭେଟିଲା ବିଜେଡି ଟିମ୍
/sambad/media/post_attachments/wp-content/uploads/2018/12/bjd-1.jpg)