ବିଜେଡିରେ ନୂଆ ଦାୟିତ୍ୱ: ବରଗଡ଼-ଦେବଗଡ଼ ପର୍ଯ୍ୟବେକ୍ଷକ ହେଲେ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ବରଗଡ଼ ସହ ଦେବଗଡ଼ର ପର୍ଯ୍ୟବେକ୍ଷକ ଭାବରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଯୁକ୍ତ କରାଯାଇଛି। ରବି ପାଣିଙ୍କୁ ଝାରସୁଗୁଡ଼ା ସହ ସମ୍ବଲପୁର ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦେବାଶିଷ ମଲ୍ଲିକ ଓ ସିଦ୍ଧାର୍ଥ ଦାସଙ୍କୁ ବିଜେଡି ରାଜ୍ୟ ସଂପାଦକ ପଦରେ ନିଯୁକ୍ତ କରାଯାଇଛି। ଡ. ହରୀଶ ଚୌଧୁରୀ-ମୋରଡ଼ା ଓ ସାରସକଣା କ୍ଷେତ୍ରର ସହ ପର୍ଯ୍ୟବେକ୍ଷକ ରହିବେ।

ସମ୍ବନ୍ଧିତ ଖବର