ଭୁବନେଶ୍ବର ଆସନ୍ତାକାଲି ବିଜେଡି ଅନୁସୂଚିତ ଜାତି ସାମ୍ମୁଖ୍ୟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୧ଟା ୩୦‌େର ଦଳର ରାଜ୍ୟ କାର୍ଯ୍ୟାଳୟରେ ସାମ୍ମୁଖ୍ୟର ଆବାହକ ବିଷ୍ଣୁ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ସାଧାରଣ ନିର୍ବାଚନ ପୂର୍ବରୁ ଦଳର ସବୁ ସାମ୍ମୁଖ୍ୟକୁ ଗତିଶୀଳ କରିବାକୁ ବିଜେଡି ସଭାପତି ପ୍ରକ୍ରିୟା ଆରମ୍ଭ କରିଥିବାରୁ ଏହି ବୈଠକକୁ ରାଜନୈତିକ ମହଲରେ ଗୁରୁତ୍ବ ଦିଆଯାଉଛି।