ଦ୍ୱିତୀୟ ତାଲିକା ଘୋଷଣା କଲା ବିଜେଡ଼ି: ବ୍ରଜରାଜନଗରରୁ ଲଢ଼ିବେ କିଶୋର ମହାନ୍ତି

ଭୁବନେଶ୍ୱର: ବିଜୁ ଜନତା ଦଳ ରବିବାର ନିଜର ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନରୁ କିଶୋର ମହାନ୍ତି ନିର୍ବାଚନ ଲଢ଼ିବେ। ସମ୍ବଲପୁର ବଧାନସଭା ନିର୍ବାଚନ ମଣ୍ଡଳୀରୁ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଟିକେଟ ମିଳିଥିବା ବେଳେ ରୋହିତ ପୂଜାରୀଙ୍କୁ ରେଢ଼ାଖୋଲ ପାଇଁ ଟିକେଟ ମିଳିଛି।

୨ୟ ପର୍ଯ୍ୟାୟରେ ବିଜେଡିର ବିଧାନସଭା ନିର୍ବାଚନ ପାଇଁ ଟିକେଟ

ବ୍ରଜରାଜନଗର: କିଶୋର ମହାନ୍ତି
ବଲାଙ୍ଗୀର: ଅର୍କେଶ କେଶରୀ ସିଂହଦେଓ
ଲୋଇସିହା: ପ୍ରଦୀପ ବେହେରା
ସମ୍ବଲପୁର: ରାସେଶ୍ୱରୀ ପାଣିଗ୍ରାହୀ
ରେଢ଼ାଖୋଲ: ରୋହିତ ପୂଜାରୀ
ଲାଞ୍ଜିଗଡ଼: ପ୍ରଦୀପ କୁମାର ଦିସାରି
ପଟାଙ୍ଗୀ: ପ୍ରୀତମ ପାଢ଼ୀ
ଝରିଗାଁ: ପ୍ରକାଶ ଚନ୍ଦ୍ର ମାଝୀ
ମାଲକାନଗିରି: ମୁକୁନ୍ଦ ସୋଡି

ସମ୍ବନ୍ଧିତ ଖବର