ଭୁବନେଶ୍ୱର : ବିଜେପିର ଉଚ୍ଚାରଣ ଓ ଆଚରଣରେ କେବେ ତାଳମେଳ ରହେ ନାହିଁ। ବିଜେପି ବିଭିନ୍ନ ପ୍ରସଙ୍ଗରେ ସବୁବେଳେ ଦୋମୁହାଁ ନୀତି ଅବଲମ୍ବନ କରିଆସୁଛି ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ଙ୍କ ଘରେ ବିଜେପି କର୍ମୀଙ୍କ ଆକ୍ରମଣ ପ୍ରସଙ୍ଗରେ ଶ୍ରୀ ନାୟକ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି କର୍ମୀଙ୍କ ଆକ୍ରମଣକୁ ସମର୍ଥନ କରି ବିବୃତି ଦେବା ଆଦୌ ଗ୍ରହଣୀୟ ନୁହେଁ। ବିଜେପୁର ଉପନିର୍ବାଚନରେ ନିଶ୍ଚିତ ପରାଜୟ ଜାଣି ଶ୍ରୀ ପ୍ରଧାନ ଏମିତି ବିବୃତି ଦେଉଛନ୍ତି। ଓଡ଼ିଶାର ଲୋକମାନେ ଶାନ୍ତିପ୍ରିୟ ଓ କୌଣସି ହିଂସାତ୍ମକ କାର୍ଯ୍ୟକୁ ବରଦାସ୍ତ କରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ରାଜନୈତିକ କାର୍ଯ୍ୟରେ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରନ୍ତି ନାହିଁ। ଓଡ଼ିଶାର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରଶାସନକୁ ଉପଯୋଗ କରନ୍ତି, ଯାହା ସମ୍ବିଧାନସମତଃ। କିନ୍ତୁ ବିଜେପି ନିଜର ସାଂଗଠନିକ ସ୍ଥିତିକୁ ମଜବୁତ୍ କରିବା ପାଇଁ ଯେଉଁପରି ଭାବେ ହିଂସାର ଆଶ୍ରୟ ନେଉଛି ଓ ବିଦ୍ୱେଷର ବିଷମଞ୍ଜି ବୁଣୁଛି, ତାହା ବିଜେପି ପାଇଁ ବୁମେରାଂ ହେବ ବୋଲି ଶ୍ରୀ ନାୟକ କହିଛନ୍ତି।
ବିଜେପି ଉଚ୍ଚାରଣ ଓ ଆଚରଣରେ ଦୁଇଟି ସମାନ୍ତରାଳ ସରଳରେଖା : ବିଜେଡି
/sambad/media/post_attachments/wp-content/uploads/2018/02/bjd-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)