ପ୍ରତିଶ୍ରୁତି ଦେଇ ପୂରଣ ନକରିବା ବିଜେପିର ଅଭ୍ୟାସ: ବିଜେଡି

ଭୁବନେଶ୍ୱର : ତ୍ରିସ୍ତରୀୟ ନିର୍ବାଚନ ପାଇଁ ବିଜେପି ଗୁରୁବାର ଦିନ ନିର୍ବାଚନୀ ଇସ୍ତାହାର ଜାରି କରିବା ପରେ ବିଜେଡି କହିଛି ଯେ, ବଡ ବଡ ପ୍ରତିଶ୍ରୁତି ଦେବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ପୂରଣ ନକରିବା ବିଜେପିର ପୁରୁଣା ଅଭ୍ୟାସ। ଆଜିର ଇସ୍ତାହାର ଏହାର ବ୍ୟତିକ୍ରମ ନୁହେଁ।

ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ, ୨୦୧୭ରେ ବିଜେପିର କିଛି ଜିଲ୍ଲା ପରିଷଦ ସଭାପତି ରହିଥିଲେ। ସେମାନେ ଏଭଳି ଦୁର୍ଭାଗ୍ୟଜନକ ଭାବରେ ବିଫଳ ହୋଇଥିଲେ ଯେ ୨୦୧୯ ନିର୍ବାଚନରେ ଲୋକମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଦେଲେ। ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ବହୁତ ଖରାପ ପଦର୍ଶନ କରିବ। ଏହି ଇସ୍ତାହାର ହେଉଛି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଶେଷ ପ୍ରୟାସ। ରାଜ୍ୟର ୪.୫ କୋଟି ଓଡିଆ ଜାଣନ୍ତି ଯେ କେବଳ ବିଜେଡି ହିଁ ସେମାନଙ୍କ କଲ୍ୟାଣ ତଥା ବିକାଶ ପାଇଁ ଯତ୍ନବାନ ହୋଇ କାର୍ଯ୍ୟ କରେ ଏବଂ ଏହି ପଞ୍ଚାୟତ ନିର୍ବାଚନରେ ସେମାନେ ବିଜେଡିକୁ ବିଜୟ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର