ବିଜେପୁର ଉପନିର୍ବାଚନରେ ବିଜେଡି ନ ଜିତିଲେ ରାଜନୀତି ଛାଡ଼ିଦେବି: ପ୍ରଦୀପ ମହାରଥୀ

ଭୁବନେଶ୍ୱର/ବରଗଡ଼: ବିଜେପୁର ଉପନିର୍ବାଚନରେ ବିଜେଡି ନିଶ୍ଚିତ ଭାବରେ ବିଜୟୀ ହେବ। ବିଜେଡି ନ ଜିତିଲେ ରାଜନୀତି ଛାଡ଼ିଦେବି ବୋଲି ଶନିବାର ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ମହରାଥୀ କହିଛନ୍ତି। ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ନିର୍ବାଚନ ଜିତିବା ଦିବାସ୍ୱପ୍ନ ଭଳି ଲାଗୁଛି। ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଓଲିଉଡ଼ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଉପରେ ମଧ୍ୟ ସେ ଟିପ୍ପଣୀ ଦେଇଛନ୍ତି। ମହରଥୀ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ଅପରାଜିତା ହିରୋ କହିଥିଲେ। ସେ ହିରୋଇନ୍‌ ଥିଲେ। କାହାକୁ ହିରୋ ଭାବରେ ବାଛିବେ ତାହା ତାଙ୍କର ବ୍ୟକ୍ତିଗତ ଇଚ୍ଛା।

ବିଜେପୁର ଉପନିର୍ବାଚନକୁ ଆଉ ୬ ଦିନ ବାକି ଥିବା ବେଳେ ଆସନ ହାତେଇବା ପାଇଁ ଶାସକ ବିଜୁ ଜନତା ଦଳ, ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଯୋରଦାର ପ୍ରଚାର ଚାଲିଛି। ମତଦାତାଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ବିଜେଡିର ନେତାମାନେ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦୁଥିବା ବେଳେ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକୁ ନେଇ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଅପରପକ୍ଷେ ବିଜେପି ନେତାମାନେ ଭାଷଣରେ କହୁଛନ୍ତି, କେନ୍ଦ୍ର ସରକାର ପ୍ରଚୁର ପରିମାଣରେ ଅର୍ଥ ଦେଉଛନ୍ତି, ମାତ୍ର ରାଜ୍ୟ ସରକାର ଏହାକୁ ସୁବିନିଯୋଗ କରିପାରୁ ନାହାଁନ୍ତି। ବେଳେବେଳେ ଟଙ୍କା ଫେରିଯାଉଛି।

ସମ୍ବନ୍ଧିତ ଖବର