ନିର୍ବାଚନରେ ଭଲ କରିବ ବିଜେଡି: ନବୀନ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି। ନବୀନ କହିଛନ୍ତି, ରାଜ୍ୟରେ ସରକାର ବିରୋଧୀ ହାଓ୍ଵା ନାହିଁ। ଜାତୀୟ ଗଣମାଧ୍ୟମୁ ଏକ ସାକ୍ଷାତକାରରେ ନବୀନ କହିଛନ୍ତି, ପ୍ରତି ନିର୍ବାଚନରେ ଆମ ସଂଖ୍ୟା ବଢୁଛି। ବିଜେଡି ଲୋକସଭା ନିର୍ବାଚନରେ ଭଲ କରିବ।

ଏଥି ସହିତ ନବୀନ ବିଜେଡିର ୩ଟି ବଡ଼ ଉପଲବ୍ଧି ବଖାଣିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଦାରିଦ୍ର୍ୟ ଦୂରିକରଣ, ବିପର୍ଯ୍ୟୟ ପରିଚାଳନା ଓ ସ୍ୱଚ୍ଛ ଶାସନ ପରିଚାଳନା କରାଯାଇଛି। ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶା ବିଶ୍ୱସ୍ତରରେ ସମ୍ମାନୀତ ହୋଇଛି।

ସମ୍ବନ୍ଧିତ ଖବର