ଆଜି ଠାରୁ ବିଜେଡିର ‘ହକ୍ ମାଗୁଛି ଓଡ଼ିଶା’ ଅଭିଯାନ, ମୁହାଁମୁହିଁ ହେବେ ବିଜେଡି-ବିଜେପି’

ଭୁବନେଶ୍ବର : ନିର୍ବାଚନ କମିସନ୍ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଥିଲା ବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ଆନ୍ଦୋଳନ ଜୋର୍‌ଦାର୍ କରିବାକୁ ନିଷ୍ପତ୍ତି ନେଇଛି।

େଗାଟିଏ ପଟେ ବିେଜପି ନିର୍ବାଚନ ମଧ୍ୟରେ ୫ ହଜାର ସଭା କରିବା ଲାଗି େଘାଷଣା କରି ଆଜିଠାରୁ ରାସ୍ତାକୁ ଓହ୍ଲାଇଛି। ଏମିତି ସ୍ଥିତିେର ଏହାକୁ ଟକ୍କର ଦେବା ପାଇଁ ବିେଜଡି ଯୁବ ଓ ଛାତ୍ର ସଂଗଠନ ଏକାଠି େହାଇ ମୁକାବିଲା ପାଇଁ ପାଗ ଭିଡିଛନ୍ତି। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରର ଓଡ଼ିଶା ପ୍ରତି ପ୍ରତାରଣା, ଅବହେଳା, ବୈମାତୃକ ମନୋଭାବ ବିରୋଧରେ ବିଜେଡିର ଯୁବ ଓ ଛାତ୍ର ଶାଖା ‘ହକ୍ ମାଗୁଛି ଓଡ଼ିଶା’ ଅଭିଯାନ ୧୧ ତାରିଖରୁ ଆରମ୍ଭ କରିବ। ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା, ନିଯୁକ୍ତି, ମହାନଦୀ, ଜାତୀୟ ରାଜପଥ, େଟଲିକମ୍, ରେଳବାଇ, ବ୍ୟାଙ୍କସେବା, କୋଇଲା, ସର୍ବନିମ୍ନ ସହାୟକ ମୂଲ୍ୟ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ବୃତ୍ତି, ଉଜ୍ଜଳା ଆଦି ୧୧ଟି ପ୍ରସଙ୍ଗ େନଇ ବିେଜଡି ଲଢିବାକୁ ନିଷ୍ପତ୍ତି େନଇଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପ୍ରତିଟି ଜିଲ୍ଲାର ପଞ୍ଚାୟତ ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପଥପ୍ରାନ୍ତ ସଭା କରି କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲାଯିବ। ପ୍ରତି ଘରେ ରହୁଥିବା ସ୍ବାଭିମାନୀ ଓଡ଼ିଆ ଯୁବକ ଓ ଛାତ୍ରଙ୍କୁ ‌ଅଭିଯାନରେ ସାମିିଲ କରାଯାଇ ଓଡ଼ିଶାର ହକ୍ ମାଗିବା ପାଇଁ ଅନୁରୋଧ କରାଯିବ। ଆସନ୍ତାକାଲି ଲୋୟର୍ ପିଏମ୍‌ଜିରେ ହକ୍ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ଅନୁଷ୍ଠିତ ହେବ ବୋଲି ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଅମରେଶ ପତ୍ରୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର